ଫକୀରମୋହନ ପଠନଶାଳା ରେ ଉତ୍କଳ ଦିବସ ପାଳନ .

ଫକୀରମୋହନ ପଠନଶାଳା ରେ ଉତ୍କଳ ଦିବସ ପାଳନ .
ରିଖ ଦିନ ଫକୀରମୋହନ ପଠନଶାଳାର ସଂପାଦକ ପ୍ରଫୁଲ୍ଲ କୁମାର ରାଉତଙ୍କ ସଭାପତିତ୍ବ ରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପ୍ରାକ୍ତନ ସଦସ୍ୟ ବଲ୍ଲଭ ରାଉତ ବିଶିଷ୍ଟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ଉମେଶ ଚନ୍ଦ୍ର ଭୁକ୍ତା ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡା ସୁରେନ୍ଦ୍ର ନାଥ ଦାଶ ସମ୍ମାନିତ ଵକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ବାଗ ଓ ଶିଶୁ ବକ୍ତା ଭାବେ ଅଖିଳ ପାତ୍ର ଯୋଗ ଦେଇ ଥିବାବେଳେ ଵକ୍ତାମାନେ ସ୍ବତନ୍ତ୍ର ଓଡିଶା ଗଠନର ଆଭିମୁଖ୍ୟ, ଉତ୍କଳ ପ୍ରଦେଶର ମହତ୍ବ ଓ ଉତ୍କଳ ଜନନୀ ସଙ୍ଗୀତ ଉପରେ ଵିସ୍ତାରିତ ଆଲୋଚନା କରିଥିଲେ।କବିତା ପାଠ ଉତ୍ସବରେ ଗୀତାଞ୍ଜଳି ଦାଶ,ସଙ୍ଘମିତ୍ରା ଶତପଥୀ,ନଗେନ୍ଦ୍ର କୁମାର ରାଉତ ଓ ଶେଖ୍ ନାସିରୁଦ୍ଦିନ ନିଜ ନିଜ କବିତା ପାଠ କରିଥିଲେ।ମଞ୍ଚ ପରିଚାଳନା ବିବେକାନନ୍ଦ ପଟ୍ଟନାୟକ କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ସେଠୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଶେଷରେ ବରିଷ୍ଠ ଆଇନଜୀବି ଶ୍ରୀନିବାସ ପଟ୍ଟନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ରାମ ଚନ୍ଦ୍ର ରାମ,ଶ୍ରୀ ରାଜ କିଶୋର ନାୟକ, ବୈକୁଣ୍ଠ ନାଥ ମହାପାତ୍ର, ଷ୍ଟାଲିନ କୁମାର ସାମନ୍ତରାୟ,ହରିହର ଶତପଥି,ସଞ୍ଜୟ କୁମାର ମିସ୍ତ୍ରୀ , ପ୍ରକାଶ ଚନ୍ଦ୍ର ସ୍ୱାଇଁ ଓ ସଞ୍ଜୟ କୁମାର ପରିଡା ସହଯୋଗ କରିଥିଲେ।