ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହେଲା।

ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହେଲା।
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦରବାର ହଲ୍ ଠାରେ ଆଜି ସରକାରୀ ଭାବେ ଓଡ଼ିଶା ଦିବସ ପାଳନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳୁ ସମସ୍ତ ପ୍ରସ୍ତୁତି ସରିଥିଲା। ଜିଲ୍ଲା ମୁଖ୍ୟାଳୟରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଉତ୍ସବର ଜିଲ୍ଲା ସ୍ତରୀୟ ଅତିଥି ମାନ୍ୟବର ଜଙ୍ଗଲ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରଥମେ ଅତିଥିଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀ,ବାବା ସାହେବ୍ ଓ ମଧୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଦିଆଯାଇଥିଲା। ଦରବାର ହଲ୍ ଭିତରେ ମନ୍ତ୍ରୀଙ୍କ ସହ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ ଓ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ମଞ୍ଚାସୀନ ରହିଥିଲେ। ମଞ୍ଚରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ,ଅତିରିକ୍ତ ଜିଲ୍ଲାପାଳ, ଏସିଏଫ ଆଦି ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ରାୟ ମଞ୍ଚ ପରିଚାଳନା କରିଥିଲେ। ସଭାରେ ପ୍ରଥମେ ମାଆ ତାରିଣୀ ଓ ପ୍ରଭୁ ବଳଦେବ ଜୀଉଙ୍କ ପାଖରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ ସଭା ଆରମ୍ଭ ହୋଇଥିଲା।ଅତିଥି ମାନେ ଓଡ଼ିଶା ଦିବସର ମହତ୍ତ୍ଵ କଥା କହି ବରପୁତ୍ରଙ୍କ ତ୍ୟାଗ ବଳିଦାନ କଥା ସ୍ମରଣ କରିଦେଇଥିଲେ। ସରକାର ଏବେ ଜନ ମଙ୍ଗଳ ଲାଗି ଅନେକ ବ୍ୟବସ୍ଥା କରିଛନ୍ତି ବୋଲି ସେମାନେ ଜଣାଇଥିଲେ। ସେହିପରି ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶାକୁ ଆଗେଇ ନେବାକୁ ବାହାରିଛନ୍ତି ତେଣୁ ସମସ୍ତଙ୍କ ସହଯୋଗ ଦରକାର ବୋଲି କହିଥିଲେ। ଅନେକ ସମସ୍ୟା ସମାଧାନ ହେଉଛି ଅନେକ ରହିଛି ସବୁ ସମାଧାନ ହେବା ବୋଲି ଜଣେଇ ଥିଲେ। ମନ୍ତ୍ରୀ ଦୀର୍ଘ ସମୟ ଧରି ନିଜ ଅଭିଭାଷଣ ରଖିଥିଲେ। ଏହାପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା। ଏହି ସଭାରେ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ବେସରକାରୀ ଭାବେ ଅନେକ ସଂଗଠନ ସ୍କୁଲ କଲେଜ୍ ଓଡ଼ିଶା ଦିବସ ପାଳି ଥିବାର ଜଣାଯାଇଛି। କଂଗ୍ରେସ ଦଳ,ବିଜେଡି, ବିଜେପି କର୍ମୀଙ୍କ ପକ୍ଷରୁ ମହାପୁରୁଷଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ହୋଇଥିଲା। କେନ୍ଦୁଝର ପାର୍କ ପରିସରରେ ଗୃହିଣୀ ମାନେ ସମୂହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ସୁଢଳ କୁମାର ସେଠୀ ଙ୍କ ରିପୋର୍ଟ୍ ବିଶେଷ ଖବର l