ଇଂଜିନିୟରିଂ କର୍ମଚାରୀମାନଙ୍କ ସମୂହ ମହାସମାବେଶ

ଇଂଜିନିୟରିଂ କର୍ମଚାରୀମାନଙ୍କ ସମୂହ ମହାସମାବେଶ

“ଓଡ଼ିଶା ଇଂଜିନିୟରିଂ ୱାର୍କଚାର୍ଜଡ୍ / ରେଗୁଲାର କର୍ମଚାରୀ ମିଳିତମଞ୍ଚ"ର ପ୍ରମୁଖ ନେତୃମଣ୍ଡଳୀମାନେ ଆଜିର

‘ମହାସମାବେଶ’ରେ ଆପଣଙ୍କୁ ସଂଗ୍ରାମୀ ଅଭିନନ୍ଦନ ଜଣାଉଅଛୁ । ଓଡ଼ିଶା ସରକାରଙ୍କ ଅଧୀନରେ ପୂର୍ବ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ଭଳି ଇଂଜିନିୟରିଂ ବିଭାଗ ଗୁଡ଼ିକ ରାଜ୍ୟର ଅନ୍ୟ ବିଭାଗ ଗୁଡ଼ିକ ମଧ୍ୟରୁ ଅନ୍ୟତମ ।

ଜନସାଧାରଣଙ୍କ ସେବାରେ ‘ପୂର୍ବ’ ବିଭାଗ ଘର ନିର୍ମାଣ, ରାସ୍ତାଘାଟ ଓ ପୋଲ ନିର୍ମାଣ କରି ଗମନାଗମନର ସୁବିଧା / ଜଳସମ୍ପଦ ବିଭାଗ ନ‌ଦୀବନ୍ଧ ଯୋଜନା / ଗ୍ରାମ୍ୟ ଉନ୍ନୟନ ବିଭାଗ ଗାଁ ଗଣ୍ଡାର ବିକାଶ ନିମନ୍ତେ ସରକାରୀ ଗୃହ ଓ ଗାଁକୁ ରାସ୍ତା । ଗୃହ ଓ ନଗର ଉନ୍ନୟନ ବିଭାଗ ପରିମଳ ବ୍ୟବସ୍ଥା, ବାସଗୃହକୁ ଜଳ ଯୋଗାଣ ଓ ପାଇପ୍ ଜଳ ସୁବିଧା / ପଞ୍ଚାୟତିରାଜ ବିଭାଗ ଗ୍ରାମାଞ୍ଚଳକୁ ଜଳଯୋଗାଣ, ଯାନ୍ତ୍ରିକ ତ୍ରୁଟିରେ ସୁଧାର ଇତ୍ୟାଦି ଅତ୍ୟାବଶ୍ୟକ ଜରୁରୀ କାର୍ଯ୍ୟରେ ଜଡ଼ିତ ରହି ସରକାରଙ୍କ ବ୍ୟବସ୍ଥିତ ନୀତିନିୟମ ଅନୁସାରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । ଏହିସବୁ କାର୍ଯ୍ୟକୁ ରାଜ୍ୟର ପାଞ୍ଚୋଟି ବିଭାଗର ଏନ୍.ଏମ୍.ଆର / ଡି.ଏଲ୍.ଆର / ଓ୍ବାର୍କଚାର୍ଜଡ୍ କର୍ମଚାରୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ସ୍ଵଳ୍ପ ମଜୁରୀରେ ଖଟି କଷ୍ଟସାଧ୍ଯ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବାରେ ସେମାନଙ୍କର ୩୦ ରୁ ୪୦ ବର୍ଷର ଯଥେଷ୍ଟ ଅଭିଜ୍ଞତା ରହିଛି ।

ଏହି ବର୍ଗର କର୍ମଚାରୀମାନେ ୧୯୮୧ ମସିହାରୁ ସରକାରଙ୍କୁ ସେବା ଯୋଗାଇବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୧ ମସିହାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇ କେଉଁ ବିଭାଗରେ କେତେ କର୍ମଚାରୀ ଅଛନ୍ତି, ତାହାର ସଂଖ୍ୟା ମାଗିଥିଲେ । ଏହି ଅବସ୍ଥାରେ ୧୯୯୩ ମସିହାରେ ଏନ୍.ଏମ୍.ଆର / ଡି.ଏଲ୍.ଆର ନିଯୁକ୍ତିରେ କଟକଣା ଜାରି ହେଲା । ସର୍ବଶେଷରେ ସରକାର ମାନ୍ୟବର କୋର୍ଟଙ୍କ ଆଦେଶ ବଳରେ ତା ୧୫.୫.୧୯୯୭ ରିଖରେ ଏକ ଯୋଜନା ପ୍ରସ୍ତୁତ କଲେ ।

ସରକାର ଏହି ଯୋଜନା ପ୍ରସ୍ତୁତ କଲେ ସତ; କିନ୍ତୁ ୨୦୦୮ ମସିହାରେ ଉପରୋକ୍ତ ବର୍ଗର କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନିମନ୍ତେ ଏକ ବିଜ୍ଞପ୍ତି ଜାରି କଲେ । ୧୯୯୭ ମସିହାରୁ ୨୦୦୮ ମସିହା ୧୧ ବର୍ଷ ବ୍ୟବଧାନରେ ସରକାର ୨୦ ରୁ ୨୫ ହଜାର ମୂଳପଦବୀ ଉଚ୍ଛେଦ କରିଥିବାରୁ ଏନ୍.ଏମ୍.ଆର / ଡି.ଏଲ୍.ଆର. କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ପାଇପାରିଲେ ନାହିଁ । ଏହାପରେ ଖାଲି ଥିବା ପଦବୀରେ ଏମାନଙ୍କୁ ପର୍ଯ୍ୟାୟକ୍ରମେ ସ୍ଥାୟୀ ନିଯୁକ୍ତି ଦେବା ନିମନ୍ତେ ସରକାର ନିଷ୍ପରି ନେଇଥିବାରୁ ଅଦ୍ୟାବଧୂ ଅନେକ ଉପରୋକ୍ତ ବର୍ଗର କର୍ମଚାରୀ ସ୍ଥାୟୀ ନିଯୁକ୍ତି ପାଇପାରି ନାହାଁନ୍ତି ।