ବନ୍ୟାଞ୍ଚଳରେ ବିଜେପି ନେତ୍ରୀ ସୁଜାତାଙ୍କ ଖାଦ୍ୟ ବଣ୍ଟନ ଓ ରୋଷେଇ ଉପକରଣ ଜିନିଷ।
ପଟ୍ଟାମୁଣ୍ଡାଇ ତା ୨୭/୮ ଉପରମୁଣ୍ଡରେ ବର୍ଷା ହେବା ଫଳରେ ବ୍ରାହ୍ମଣୀ ଅବବାହିକା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୧୪ ଟି ପଞ୍ଚାୟତ ଓ ପୌରାଞ୍ଚଳର ୧୧ ଟି ୱାର୍ଡ ବିଶେଷ ପ୍ରଭାବିତ ହେବା ସହିତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୌରାଞ୍ଚଳର ବିଭିନ୍ନ ସାହି ବସ୍ତି ଓ ଗ୍ରାମଗୁଡିକ ବନ୍ୟାପାଣି ଘେରରେ ରହିଛି। ରାସ୍ତାଘାଟ ସବୁ ବନ୍ୟପାଣିରେ ବୁଡ଼ି ରହିଥିବାରୁ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ଘରୁ ପଦାକୁ ବାହାରି ନପାରି ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟାଞ୍ଚଳରେ ରନ୍ଧନ ଖାଦ୍ୟସାମଗ୍ରୀ ଓ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ଦୁର୍ଦ୍ଦିନରେ ଦିନ କାଟୁଥିବା ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ବରିଷ୍ଠ ଭାଜପା ନାରୀନେତ୍ରୀ ସୁଜାତା ବାରିକ।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୨ ନମ୍ୱର ୱାର୍ଡ ଷଣ୍ଢପଲ୍ଲୀ,୧୫ ନମ୍ୱର ୱାର୍ଡ ଅଳଭା,୪ ନମ୍ୱର ୱାର୍ଡ ନନ୍ଦିନିନଗର,୮ ନମ୍ୱର ୱାର୍ଡ ବାଲିପଡା ଆଦି ଗ୍ରାମରେ ସୁଜାତା ଘର ଘର ବୁଲି ଶୁଖିଲା ଖାଦ୍ୟ ସହିତ ଜରୁରୀ ସାମଗ୍ରୀ ବଣ୍ଟନ କରିଛନ୍ତି। ବନ୍ୟା ଦୁର୍ଗତଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୁଜାତା ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟରେ ଭାଜପା ଯୁବ ନେତା ସନ୍ତୋଷ ସ୍ୱାଇଁ, ବରିଷ୍ଠ ନେତା ରବୀନ୍ଦ୍ର ବିଶ୍ୱାଳ, ଶୈଳେନ୍ଦ୍ର ପାତ୍ର, ସୁଶାନ୍ତ ଦାସ, ପlରେଶ୍ୱର ପାତ୍ର, ହୃଷିକେଶ ମଲିକ, ରାଜେଶ ବାରିକ , କାଉନସିଲର ବିଦ୍ୟାଧର ସେଠୀ ପ୍ରମୁଖ ସହଯୋଗ କରିଥିଲେ।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
