ବାର୍ହା ଫାଶରେ ପଡି ଯୁବକଙ୍କ ମୃତ୍ୟୁ ଘଟଣା
୩ ଶିକାରୀ ଙ୍କୁ ବାନ୍ଧିଲା ପୁଲିସ
ନୟାଗଡ଼ ( ଦଶପଲ୍ଲା ) ୩୧/୧୦ ଗତ ୨୩ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଶିକାର ପାଇଁ ବିଚ୍ଛା ଯାଇଥିବା ବିଦ୍ୟୁତ୍ ତାର ରେ ପଡି ଦଶପଲ୍ଲା ବ୍ଲକ ଦୁଡା ପଂଚାୟତ କନଡି ଗ୍ରାମର ବାବୁଲା ନାୟକ ଙ୍କ ମୃତ୍ୟୁ ହୋଇଥିଲା l ଏହି ଘଟଣାରେ ବାଣୀଗୋଛା ପୁଲିସ ୩ଅଭିଯୁକ୍ତ ଙ୍କୁ ଗିରଫ କରିଛି l ସେମାନେ ହେଲେ କନଡି ଗ୍ରାମର ସୁଶାନ୍ତ ମଲ୍ଲିକ (୩୨), ଅଲେଖ ବେହେରା (୪୦)ଓ ପ୍ରଦୀପ ଯାନୀ ଓରଫ ଡାଙ୍ଗ (୩୪) l ସମସ୍ତେ
ଵାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇ ଛକି ବସିଥିଲେ l ଏହି ସମୟରେ ବାବୁଲା ନାଗେଶ୍ୱର ସାହି ରେ ଥିବା ସଙ୍ଗାତ ଘରକୁ ଯିବା ବାଟରେ ତାରରେ ଛନ୍ଦି ହୋଇପଡ଼ିଥିଲେ l ପୁଲିସ ଏହାର ତଦନ୍ତ କରି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଵାଣିଗୋଛା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର କହିଛନ୍ତି l
ଅଶୋକ କୁମାର ସାଥୁଆ, ଜିଲ୍ଲା ପ୍ରତିନିଧି ନୟାଗଡ


admin 
