ବୌଦ୍ଧ ର ସ୍ଵାଭିମାନୀ ମଣିଷ ହରପ୍ରସାଦ ମିଶ୍ରଙ୍କ ପରଲୋକ .

ବୌଦ୍ଧ ର ସ୍ଵାଭିମାନୀ ମଣିଷ ହରପ୍ରସାଦ ମିଶ୍ରଙ୍କ ପରଲୋକ . ବୌଦ୍ଧ:୨୭/୪(ନିପ୍ର)ବୌଦ୍ଧ ର ସ୍ଵାଭିମାନୀ ମଣିଷ ହରପ୍ରସାଦ ମିଶ୍ରଙ୍କ ଗତକାଲି ୮୦ ବର୍ଷ ବୟସରେ ସ୍ଵର୍ଗବାସ ହୋଇଯାଇଅଛି l ସେ ବୌଦ୍ଧରେ ୧୯୪୫ ରେ ଜନ୍ମଗ୍ରହଣ କରି ଶିକ୍ଷକତା ଆରମ୍ଭ କରି ଅବସର ଗ୍ରହଣ କରିଥିଲେ l ଜିଲ୍ଲା ବ୍ରାହ୍ମଣ ସମାଜ ର ସଂପାଦକ, ନାଗରିକ କମିଟିର ସଭାପତି ଭାବେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିଥିଲେ l ଯୋଗଶିକ୍ଷକ, କବି ଭାବରେ ସେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ l ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଓ ଜାତୀୟ ରାଜପଥ ଆନ୍ଦୋଳନର ମୂଖ୍ୟ ନେତୃତ୍ଵ ନେଇଥିଲେ l ଗତକାଲି ରାତିରେ ତାଙ୍କ ବଡଝିଅ ଘର ଭବାନୀପାଟଣା ରେ ମୃତ୍ୟୁ ହୋଇଥିଲା l ଆଜି ସନ୍ଧ୍ୟାରେ ମହାନଦୀ ଆଳତୀ ଘାଟରେ ପୂଜ୍ୟ ପୂଜା କମିଟି ତରଫରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା l ଜିଲ୍ଳା ବ୍ରାହ୍ମଣ ସମାଜ ର ସଭାପତି ଗୁରୁ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ନୀରବ ପ୍ରାର୍ଥନା ହୋଇଥିଲା l ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ବରିଷ୍ଠ ନାଗରିକ ଶ୍ୟାମ ସୁନ୍ଦର ପୁରୋହିତ, ଶୁଭେନ୍ଦୁ ପଟ୍ଟନାୟକ, ପ୍ରମିଲ ଦଲାଲ, ଚିତ୍ତରଞ୍ଜନ ଦାଶ, ଅରୁଣ ପଟ୍ଟନାୟକ, ଦେବାଶିଷ ପୁରୋହିତ ପ୍ରମୁଖ ସ୍ୱର୍ଗତଃ ମିଶ୍ରଙ୍କ କାର୍ଯ୍ୟ କଳାପ ବିଷୟରେ ନିଜ ନିଜ ଅନୁଭୂତି ପ୍ରକାଶ କରିଥିଲେ l

ବୌଦ୍ଧ ର ସ୍ଵାଭିମାନୀ ମଣିଷ ହରପ୍ରସାଦ ମିଶ୍ରଙ୍କ ପରଲୋକ  .