ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

 ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ବିଡିଓ ଅଙ୍କୁର ଅଭିଳାଷଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ, ଜିଲ୍ଲା ବିଜେପି ପ୍ରଭାରୀ ସୁରଥ ବିଶ୍ଵାଳ,କଟକ ଲୋକସଭା ସାଂସଦଙ୍କ ବ୍ଲକ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାର ସିଂ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥି ଶଲ୍ୟ ବିଶେଷଜ୍ଞ ଡଃ ସଞ୍ଜୟ ଦେବ, ଚକ୍ଷୁ ବିଶେଷଜ୍ଞ ଡଃ ପି ପି ସାହୁ, ମାନସିକ ରୋଗ ବିଶେଷଜ୍ଞ ଡଃ ସବିତା କୁମାରୀ ବରାଡ,ନିଦାନ ବିଶେଷଜ୍ଞ ଡଃ ଶତୃଘ୍ନ ନାୟକ, ନାଶା ଓ କର୍ଣ୍ଣ ବିଶେଷଜ୍ଞ ଡଃ ମିତାଶ୍ରୀ ସେଠି,କ୍ଲିନିକାଲ ସାଇକୋଲୋଜିଷ୍ଟ ତପସ୍ୱିନୀ ଆଚାର୍ଯ୍ୟ, ଅଡିଓଲୋଜିଷ୍ଟ ଲକ୍ଷ୍ମୀପ୍ରିୟା ମଲ୍ଲିକ, ଅର୍ଥୋଟିଷ୍ଟ ପ୍ରଭୂଦତ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ହିତାଧିକାରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା,ନୀରିକ୍ଷା କରିଥିଲେ।ଶିବିରରେ ଉପସ୍ଥିତ ଥିବା ଶତ ପ୍ରତିଶତ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବିଧାୟକ ଟ୍ରାଇ ସାଇକେଲ ବଣ୍ଟନ କରିଥିଲେ।

ବିଭିନ୍ନ ବିଭାଗରେ ସର୍ବମୋଟ ୧୬୭ ଜଣ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାଯାଇଛି।ଖଣ୍ଡପଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ସ୍କାଉଟ ଛାତ୍ରମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ବିଶେଷ ଖବରନୟାଗଡ ଜିଲ୍ଲା ସ୍ଵନ୍ତ୍ରତ୍ର ପ୍ରତିନିଧି ସୁପ୍ରିୟାଦାଶ