*ମାଆ କୁ ମାରି ପ୍ଳାଷ୍ଟର କରିଦେଲା ନୃଶଂସ ପୁଅ..*

*ମାଆ କୁ ମାରି ପ୍ଳାଷ୍ଟର କରିଦେଲା ନୃଶଂସ ପୁଅ..*

*ପୁରୀ ଜିଲ୍ଲା କୁମମ୍ଭାରପଡାରେ ହଇଚଇ ! ନିଜ ଜନ୍ମ କଲା ମା'କୁ ହତ୍ୟାକରି ଭଡା ଘରେ ପୋତିଦେଇଛି ନୃଶଂସ ପୁଅ ଏବଂ ତା ଉପରେ ହ୍ୱାଇଟ ସିମେଣ୍ଟ ଦେଇ ପ୍ଳାଷ୍ଟର କରି କେଉଁଆଡେ ଫେରାର ହୋଇଯାଇଛି ! ସୂଚନା ଅନୁସାରେ କାଲି ଯେତେବେଳେ ସେହି ଘରୁ ଦୁର୍ଗନ୍ଧ ଆସିଲା ତ ପାଖ ପଡୋଶୀ ମାନେ ଘର ମାଲିକଙ୍କୁ ଏ ବିଷୟରେ ଜଣାଇଥିଲେ ଏବଂ ମାଲିକ ଆସି ପୋଲିସକୁ ଫୋନ କରି ଡାକିଥିଲେ ! ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି, ସେହି ସ୍ଲାବ ପ୍ଳାଷ୍ଟର ଖୋଳି ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଇଛି ! ଘଟଣା ପରେ ଅଭିଯୁକ୍ତ ପୁଅ କିନ୍ତୁ ଫେରାର ଅଛି !

 ଘର ମାଲିକଙ୍କ କହିବା କଥା ଯେ ଦୁଇମାସ ତଳେ, ଏହି ମା ପୁଅ ଆସି ତାଙ୍କ ଘରେ ଭଡାରେ ଥିଲେ ! ମା ପୁଅଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ଏବଂ ପ୍ରତିଦିନ ପୁଅ ମା'କୁ ଧରି ମନ୍ଦିର ଯାଉଥିଲା ଏବଂ ପୁଣି ସାଙ୍ଗରେ ଆଣୁଥିଲା ! ପାଖ ପଡୋଶୀଙ୍କ କହିବା କଥା ଯେ ସେହି ପୁଅ ତା ମା'ର ବହୁତ ସେବା ଯତ୍ନ କରୁଥିଲା ! ତେବେ ହଠାତ କ'ଣ ପାଇଁ ଏମିତି ହତ୍ୟାକଲା ତାହା ଏବେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ! ଘଟଣାର ତଦନ୍ତ ଜାରି ରଖିଛନ୍ତି ପୁରୀ ଏସପି ପ୍ରତୀକ ସିଂ ଏବଂ ପୁଅକୁ ଗିରଫ ପାଇଁ ଏକ ସ୍ୱତନ୍ତ୍ର ଟିମ ସହିତ ଅନୁସନ୍ଧାନ ଜୋରଦାର କରିଛି ପୁରୀ ପୋଲିସ !*