ଭୂଲ ଇଞ୍ଜେକସନ ନେଲା ଯୁବତୀଙ୍କ ଜୀବନ..

ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା, ରାସ୍ତାରୋକ ଆନ୍ଦୋଳନ, ଘଟଣାସ୍ଥଳରେ ପୁଲିସ ମୃତୟନ

ଭୂଲ ଇଞ୍ଜେକସନ ନେଲା ଯୁବତୀଙ୍କ ଜୀବନ..

ଖଣ୍ଡପଡ଼ା ୧୧|୮ (ବିଶେଷ ଖବର) ଭାପୁର ବ୍ଲକ ଅଧୀନ ଗୋଳାପୋଖରୀ ଗ୍ରାମର ଯୁବତୀ ସନ୍ତୋଷୀ ବେହେରା(୧୮) ଅସୁସ୍ଥ ଥିବା ଓ ତାର ମୁଣ୍ଡ ବୁଲାଇ ହେବାରୁ ପରିବାରବର୍ଗ ଆଶୁ ଚିକିତ୍ସା ନିମନ୍ତେ ତାକୁ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ସକାଳେ ଭର୍ତ୍ତି କରିଥିଲେ।ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ଯରତ ଆୟୁଷ ଡାକ୍ତର ସଂପୃକ୍ତ ଯୁବତୀଙ୍କୁ ଦେଖାଶୁଣା କରିବା ସହ ଏକ ଇଞ୍ଜେକସନ ଦେବାର କିଛି ସମୟ ପରେ ଯୁବତୀ ଜଣକ ହଠାତ ଚେତାଶୁନ୍ଯ ହୋଇ ପଡିଥିଲେ।ସେହି ଠାରେ ହିଁ ତାଙ୍କର ଅକାଳ ମୃତ୍ୟୁ ହୋଇଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡିଛି।ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ଯରତ ଡାକ୍ତରଙ୍କ ଭୂଲ ଚିକିତ୍ସା ଯୋଗୁଁ ଯୁବତୀଙ୍କର ଅକାଳ ମୃତ୍ୟୁ ହେଲା ବୋଲି ପରିବାରବର୍ଗ ଅଭିଯୋଗ ଉଠାଇ ପାଟିତୁଣ୍ଡ କରିବା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା

ପରେ ଉକ୍ତ ଘଟଣାକୁ କେନ୍ଦ୍ର କରି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ଫତେଗଡ ପୁଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିବା ବେଳେ ମୃତ ଯୁବତୀଙ୍କ ପରିବାରବର୍ଗ ଘଟଣାର ନିରପେକ୍ଷ ତଦନ୍ତ ସହ ଭୂଲ ଇଞ୍ଜେକସନ ଦେଇଥିବା ଡାକ୍ତରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଯୁବତୀଙ୍କ ଶବ ରଖି ହୋ ହାଲ୍ଲା କରିଥିଲେ।

ପରବର୍ତ୍ତୀ ସମୟରେ ମୃତ ଯୁବତୀଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ, ଘଟଣାର ନିରପେକ୍ଷ ତଦନ୍ତ ସହ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ଯକ୍ତ ଜନସାଧାରଣ ଭାପୁର ବଜାର ଓ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରାସ୍ତାରୋକ ଆନ୍ଦୋଳନ କରିବା ଯୋଗୁଁ ଖଣ୍ଡପଡ଼ାରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତା ଦେଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ବେଳକୁ ବେଳ ଉତ୍ତେଜନା ବୃଦ୍ଧି ପାଇବାରୁ ଖବରପାଇ ଖଣ୍ଡପଡ଼ା ଏସଡିପିଓ ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉତ୍ଯକ୍ତ ଜନସାଧାରଣଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ସଂପୃକ୍ତ ଡାକ୍ତରଙ୍କ ଖାମଖିଆଲି ନୀତି ଯୋଗୁଁ ଏକ ନିରିହ ଜୀବନ ଅକାଳରେ ଚାଲିଗଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ନୟାଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଓ ଜିଲ୍ଲାପାଳ ସଂପୃକ୍ତ ଡାକ୍ତରଙ୍କ କାର୍ଯ୍ଯକଳାପ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।ମୃତ ଯୁବତୀ ଜଣକ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ବୋଲି ଜଣାପଡିଛି।

ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର