ଅନାଥ କୁ ଦଇବ ସାହା ଦିବ୍ୟ ଦର୍ଶନ ସଂଘ ତରଫରୁ ସହାୟତା ପ୍ରଦାନ।

ଅନାଥ  କୁ ଦଇବ  ସାହା ଦିବ୍ୟ ଦର୍ଶନ ସଂଘ ତରଫରୁ ସହାୟତା ପ୍ରଦାନ।

ଗୁଣପୁର (ରାୟଗଡା) ୧୩|୫ ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଗୁଣପୁର ଶାଖା ତରଫରୁ ଗୁଣପୁର ନିକଟସ୍ଥ ପୂଜାରୀ ଗୁଡ଼ା ଗ୍ରାମର ଚେଣ୍ଟି ତଥା ସବିତା ଶବରଙ୍କର ଏଗାର ତାରିଖ ଦିନ ଘରେ କିଏ ନଥିବା ସମୟରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଘର ପୋଡ଼ି ଯାଇଥିବା ଖବର ପାଇ ଦିବ୍ୟଦର୍ଶନ ସଂଘ ଗୁଣପୁର ଶାଖାର ଗୁରୁ ଭାଇ ଓ ଭଉଣୀମାନଙ୍କ ତରଫରୁ ଚାଉଳ, ଅର୍ଥ,ବସ୍ତ୍ର ଇତ୍ୟାଦି ସଂଗ୍ରହ କରି ଗୁରୁ ଭାଇ ଶ୍ରୀ ଧନଞ୍ଜୟ ବେହେରା, ହରିହର ସ୍ୱାଇଁ,ଏସ ଗୌରୀଶଙ୍କର , ପେଦିନା ଗୋପାଳ ରାଓ ଲୋରିଭଉଣୀ ଏବଂ ପୂଜାରୀ ଗୁଡ଼ା ତାଙ୍କ ବାସ ଭବନକୁ ଯାଇ ସାହାଯ୍ୟ ପ୍ରଦାନ କରିଛନ୍ତି।ଘରେ କିଏ ନ ଥିବାରୁ ଘର ଭିତରେ ଥିବା ସମସ୍ତ ପ୍ରକାର ଆସବାବପତ୍ର, ପୋଷାକ, ସାର୍ଟି ଫିକେଟ, ଆଧାର କାର୍ଡ, ଭୋଟର କାର୍ଡ ଇତ୍ୟାଦି ସବୁ ଜିନିଷ ପୋଡ଼ି ଯାଇଥିବାର ଲକ୍ଷ୍ୟ କରାଯାଇଥିଲା। ସେମାନେ ଅତ୍ୟନ୍ତ ଗରିବ ଥିବାରୁ କୁଲି କାମ କରିବାକୁ ବାହାରକୁ ଯାଇଥିଲେ।ସେ ସମୟ ରେ ଅଚାନକ ନିଆଁ ଲାଗି ଘରର ସବୁ ଜବତୀୟ ଆବାସ ପତ୍ର ନଷ୍ଟ ହେଇଯାଇଥିଲା 

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର