ମହୁ ସଂଗ୍ରହ କରିବାକୁ ଯାଇ ପଥର ଖୋଲ ମଝିରେ ଫଶିଲା ନା ବାଳକ ଶିବୁ

ମହୁ ସଂଗ୍ରହ କରିବାକୁ ଯାଇ ପଥର ଖୋଲ ମଝିରେ ଫଶିଲା ନା ବାଳକ ଶିବୁ

ନୟାଗଡ - ୬/୫ ନିଜର ପେଷା କୁ ପାଥେୟ କରି ମହୁ ସଂଗ୍ରହ କରିବାକୁ ଯାଇ ପାହାଡ଼ ମଧ୍ଯସ୍ତ ଗୁମ୍ଫା ପଥର ମଝିରେ ଫସିଲା ନା ବାଳକ ଙ୍କ ମୁଣ୍ଡ l ଦୀର୍ଘ ୯ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ପରେ ବିଭିନ୍ନ ଆଧୁନିକ କୌଶଳ ପ୍ରୟୋଗ କରି ଉଦ୍ଧାର ହେଲା ନା ବାଳକ ଶିବୁ l ଏଭିଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଓଡ଼ଗାଁ ଥାନା ଅନ୍ତର୍ଗତ ଶରଧାପୁର ପଞ୍ଚlୟତ କାଣୀପଡା ଜଙ୍ଗଲ ରେ ଥିବା ଚୋର ଖୋଲ ପାହାଡ଼ ରେ l ସୂଚନା ଅନୁସାରେ ଉକ୍ତ ଚୋର ଖୋଲ ପାହାଡ଼ କୁ ବୁଧବାର ସକାଳ ପ୍ରାୟ ସକାଳ ୭ ଟାରେ ବଡ଼ ବାପା ରାମ ପ୍ରଧାନ ଙ୍କ ସହିତ ଶିବ ପ୍ରଧାନ ( ୧୧) ମହୁ ସଂଗ୍ରହ କରିବାକୁ ଯାଇଥିଲା l ପାହାଡ଼ ର ଶିଖର ରେ ଥିବା ଏକ ପଥର ସନ୍ଧି ରେ ଏକ ମହୁ ଫେଣା ଦେଖିଥିଲେ l ଏହି ମହୁ ଫେଣା ଆଣିବା ପାଇଁ ଉଦ୍ୟମ କରିଥିଲେ l ପଥର ସନ୍ଧି ରେ ମହୁ ଫେଣା ଥିବାରୁ ତାକୁ ବାହାରକୁ ଆଣିବl କଷ୍ଟ ସାଧ୍ୟ୍ୟ ଥିଲା l କିନ୍ତୁ ଶିବ ସାହସ ଦେଖାଇ ପଥର ସନ୍ଧି ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲା l କିନ୍ତୁ ପଥର ସନ୍ଧି ଭିତରେ ମୁହଁ ପୁରାଇ ସେଠାରୁ ଆଉ ବାହାରି ପାରି ନଥିଲା l ପୁତୁରା ଶିବ ପଥର ସନ୍ଧି ରେ ଫସି ଯିବା ପରେ ରାମ ପ୍ରଧାନ ଚିନ୍ତା ରେ ପଡି ହଡ଼ ବଡେଇ ଯାଇଥିଲେ l କେମିତି ପୁତୁରା କୁ ଉଦ୍ଧାର କରାଯାଇ ପାରିବ କିଛି ଭାବି ପାରୁନଥିଲେ l ରାମ ପ୍ରଧାନ ଶେଷ ରେ ନିରୁ ପାୟ ହୋଇ ଗାଁ କୁ ଯାଇ ଘଟଣା ବାବଦ ରେ ଗ୍ରାମବାସୀ ଙ୍କୁ କହିବା ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ l ଗାଁ ଠାରୁ ଘଟଣା ସ୍ଥଳ ପ୍ରାୟ ୩ କିମି ଦୂରତା ଥିଲା l ସୂଚନା ପାଇ ଦମକଳ ବାହିନୀ ର ଓଡଗାଁ, ନୟାଗଡ ଏବଂ ଭୁବନେଶ୍ୱର ରୁ ଉଦ୍ଧାର କlରୀ ଟିମ ଘଟଣା ସ୍ଥଳ ରେ ପହଂଚିଥିଲେ l ଦୀର୍ଘ ୮ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ରେ ଅଗ୍ନିଶମ ବାହିନୀ ର କର୍ମଚାରୀ ମାନେ ସଫଳତାର ସହିତ ଉଦ୍ଧାର କରିଛନ୍ତି l ଶିବ କୁ ଉଦ୍ଧାର ପରେ ଓଡଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି l ସୂଚନା ଯୋଗ୍ୟ ଶିବ ପାହାଡ଼ ର ଯେଉଁ ପଥର ସନ୍ଧି ରେ ଫସିଥିଲା, ସେଠାରେ ପ୍ରାୟ ୧୫ ଫୁଟ ଦୂର ରେ ଏକ ବିଶାଳ ଅଜଗର ସାପ ଥିଲା l ସୌଭାଗ୍ୟ ବଶତଃ ଶିବ ର କୌଣସି କ୍ଷତି ଘଟାଇ ନଥିଲା l ପାହାଡ଼ ଟି ଭୁପୃଷ୍ଟ ଠାରୁ ପ୍ରାୟ ୨୫0 ଫୁଟ ଉଚ୍ଚ ରେ ଉକ୍ତ ପଥର ଖୋଲ ନିକଟରେ ମହୁ ଫେଣା ଟି ଦୁଷ୍ଟି ଗୋଚର ହୋଇଥିଲା l

ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ରିପୋର୍ଟ ବିଶେଷ ଖବର