ଜିଓ ଟୱାର ପାଇଁ ପର୍ତ୍ତମାହା ପଂଚାୟତ ବାସି ଜିଲ୍ଲାପାଳଙ୍କୁ ଦେଲେ ଦରଖାସ୍ତ
Anchor -ଜନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅଧୀନସ୍ଥ ପର୍ତ୍ତମାହା ଗ୍ରାମ ଓ ଗ୍ରାମପଞ୍ଚାୟତ ବାସୀ ଜିଓ ଟାୱାର ସ୍ଥାପନ ନିମନ୍ତେ କନ୍ଧମାଳ ଜ଼ିଲ୍ଲାପାଳ ବେଦ ଭୂଷଣଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ସୂଚନା ମୁତାବକ ଭାରତ ସ୍ବାଧୀନ ହେବାର ଦୀର୍ଘ ୭୯ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନର ଡିଜିଟାଲ ଯୁଗରେ ପର୍ତ୍ତମାହା ପଞ୍ଚାୟତ ବାସୀ ଜିଓ ନେଟୱାର୍କ୍ ସେବା ପାଇବାରୁ ସଂପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି । ପର୍ତ୍ତ ମାହା ଠାରେ ଥିବା ବିସନଲ ଟାୱାର ଅଛି କିନ୍ତୁ ନେଟୱାର୍କ୍ ରହୁନାହିଁ ଯାହା ଦ୍ବାରା ଲୋକ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତର ପର୍ତ୍ତମାହା ଗାମ ଆଦର୍ଶ ଗ୍ରାମ ଭାବରେ ସରକାର ସ୍ବୀକୃତି ପ୍ରଦାନ କରିଥିବା ବେଳେ । ଏହି ପଞ୍ଚାୟତରେ ସମୁଦାୟ ଜନ ସଂଖ୍ୟା- ପ୍ରାୟ ୧୨୦୦୦ ରୁ ଊର୍ଦ୍ଧ ଏବଂ ମୋଟାଇଲ ସଂଖ୍ୟା ୧୦୦୦୦ ରୁ ଊଦ୍ଧ ହେବ । ଦାରିଙ୍ଗବାଡି ଠାରୁ ପର୍ତ୍ତମାହା ଗ୍ରାମପଞ୍ଚାୟତର ଦୂରତା ୧୨ କି.ମି ଅଟେ ।
ଏହାର ଆଖ ପାଖରେ କୌଣସି JIO ନେଟୱାର୍କ୍ ସେବା ଉପଲବ୍ଧ ନାହିଁ ଏଣୁ ଆମ୍ଭେ ପଞ୍ଚାୟତ ବାସୀ ଦାରିଙ୍ଗବାଡି JIO ନେଟୱାର୍କ୍ ଉପରେ ନିର୍ଭରଶୀଳ ଅଟୁ । କୌଣସି ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ପାଇଁ କିମ୍ବା ୧୦୮, ୧୦୨ ଆମ୍ବୁଲେନ୍ସ ସହିତ ଯୋଗାଯୋଗ ହୋଇପାରୁନାହିଁ ଜରୁରୀ କାଳୀନ ସମୟରେ ଦାରିଙ୍ଗବାହିଁ JO ନେଟୱାର୍କ୍ କୁ ଭରସା କରି ଆମ୍ଭେ ପାହାଡ ପର୍ବତ କିମ୍ବା ଜଙ୍ଗଲରେ ୧୨ କି.ମି. ଯିବାକୁ ପଡୁଛି ବହୁତ ସମୟରେତ ଯୋଗା ଯୋଗ ହୋଇପାରୁନାହିଁ ଏବଂ କୃଷି ଭୀତିକ ସୂଚନା । ସରକାରୀ କାର୍ଯ୍ୟକ୍ରମର ସୂଚନା ପାଇବାକୁ ହେଲେ ଆମ୍ଭଙ୍କୁ ୧୨ କି. ମି. ଆସିବାକୁ ପଡୁଛି ।
ଏହି ଭଳି ପଞ୍ଚାୟତରେ ଅନେକ ଅସୁବିଧା ରହିଅଛି । ଗ୍ରାମ ପଞ୍ଚାୟତ ମୁଖ୍ୟ ପର୍ତ୍ତମାହା ଗ୍ରାମଠାରେ JIO ନେଟୱାର୍କ ସ୍ଥାପନ ନିମନ୍ତେ ପ୍ରଶାସନକୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଯାହାରୀ ଫଳରେ ବହୁ ଦୁଃଖର ସହ ଜ଼ିଲ୍ଲା ପାଳଙ୍କୁ ଦେଖାକରି ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ l ଜ଼ିଲ୍ଲା ପାଳ ମଧ୍ୟ ପଂଚାୟତ ବାସିଙ୍କୁ ଯଥା ଶୀଘ୍ର ଜିଓଟାୱାର ସ୍ଥାପନ ପାଇଁ ପ୍ରତିଶୃତି ଦେଇଥିଲେ l ଦେଖିବାକୁ ବାକି ରହିଲା ଜ଼ିଲ୍ଲା ପ୍ରଶାସନ କେବେ ଏହି ପର୍ତ୍ତମାହା ଗ୍ରାମବାସୀଙ୍କ ନିମନ୍ତେ ଜିଓ ଟାୱାର ସ୍ଥାପନ କରୁଛନ୍ତି
କଂଧମାଳ ରୁ ଶିବ ପ୍ରାସାଦ ନାୟକ ଙ୍କ ରିପୋର୍ଟ ବିଶେଷ ଖବର


admin 
