*ଦେଶୀ ମଦ ଓ ବିଅର ଜବତ, ୦୪ ଗିରଫ ।*

*ଦେଶୀ ମଦ ଓ ବିଅର ଜବତ, ୦୪ ଗିରଫ ।*

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର, ରିଆ ଏବଂ ଖଇରା ଥାନା ଅନ୍ତର୍ଗତ ସୁଣ୍ଡିରା ଓ କାକୁଡ଼ିଆ ଗ୍ରାମରେ ଚଢ଼ାଉ କରାଯାଇ ୧୩୦ ଲିଟର ଦେଶୀ ରନ୍ଧା ମଦ ଓ ୭.୮୦୦ ଲିଟର ବିଅର ଜବତ କରାଯିବା ସହିତ ମଇତାପୁର ଗ୍ରାମର ମହେଶ୍ୱର ଶିଅଳ, ରିଆ ଗ୍ରାମର ରମେଶ ବେହେରା, ସୁଣ୍ଡିରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ ଓ କାକୁଡ଼ିଆ ଗ୍ରାମର ମାଳତୀ ତିରିଆ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

ବାଲେଶ୍ୱର ଜିଲ୍ଲାରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ବିଶେଷ ଖବର