ମାଟ୍ରିକ ବ୍ଲକ୍ ଟପରଙ୍କୁ ସମ୍ବର୍ଦ୍ଧନା

ମାଟ୍ରିକ ବ୍ଲକ୍ ଟପରଙ୍କୁ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ ତା ୪/୫ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୫୫୫ ନମ୍ୱର ରଖି ପଟ୍ଟାମୁଣ୍ଡାଇ ବ୍ଲକ ଟପର୍ ହୋଇଥିବା ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଦେବୀ ପ୍ରଜ୍ଞା ଦେଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଅରୁଆ ହରିହରା ବlଳାଶ୍ରମ ରେ ଅବସ୍ଥାନ କରୁଥିବା ବ୍ଲକ୍ ଟପର୍ ଦେବି ପ୍ରଜ୍ଞା ଦେଙ୍କୁ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ଦାସ, ବରିଷ୍ଠ ଯୁବନେତା ମିଟୁ ମନୋଜ ନାୟକ, ପରେସ ସାହୁ, ବରିଷ୍ଠ ସାମ୍ବାଦିକ ଅନୀଲ ଚୌଧୁରୀ, ଉପେନ୍ଦ୍ର ନାୟକ, ସୁଧାଂଶୁ ତ୍ରିପାଠୀ, ସଞ୍ଜୟ ପଣ୍ଡା, ଲିପନ ସୁତାର ପ୍ରମୁଖ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିବା ସହିତ ମିଠା ଖୁଆଇ ସ୍ଵାଗତ କରିଥିଲେ। ଅରୁଆ ହରିହରା ନନ୍ଦ ବlଳାଶ୍ରମ ର ସନ୍ଥ ସ୍ୱାମୀ ଆଦିତ୍ୟlନନ୍ଦ ମହାରାଜ, ବିଜୟ କୁମାର ସାହୁ ସମ୍ବର୍ଦ୍ଧନା ପର୍ବରେ ଯୋଗ ଦେଇଥିଲେ। ବ୍ଲକ ଟପର ଛାତ୍ରୀ ଦେବୀପ୍ରଜ୍ଞା ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାର ଇଚ୍ଛା ରଖିଥିବା କହିଥିଲେ। ଦେବୀପ୍ରଜ୍ଞାଙ୍କ ପାଠ ପଢା ସମସ୍ତ ଖର୍ଚ୍ଚ ଓ ଦାୟିତ୍ୱ ହରିହରl ନନ୍ଦ ବlଳାଶ୍ରମ ପକ୍ଷରୁ ବହନ କରାଯିବlର ନିଷ୍ପତି ନିଆଯାଇଥିବା ସ୍ୱାମୀ ଆଦିତ୍ୟାନନ୍ଦ ମହାରାଜ ସୂଚନା ଦେଇଛନ୍ତି।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା