ବିଜେପି ର ବୃହତ୍ ବିଜୟୀ ପରେ ରାଜନଗର ଓ ପଟ୍ଟାମୁଣ୍ଡାଇ ର ବିଜେପି ନେତା ଲଳିତ ବେହେରା କର୍ମକର୍ତ୍ତା ଙ୍କ ଗହଣ ରେ ମନାଇଲେ ଖୁସି।

ବିଜେପି ର ବୃହତ୍ ବିଜୟୀ ପରେ ରାଜନଗର ଓ ପଟ୍ଟାମୁଣ୍ଡାଇ  ର ବିଜେପି ନେତା ଲଳିତ ବେହେରା କର୍ମକର୍ତ୍ତା ଙ୍କ ଗହଣ ରେ ମନାଇଲେ ଖୁସି।

ଆଜି ପଟ୍ଟାମୁଣ୍ଡାଇ ବଜାରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବିଜୟ ଉତ୍ସବ ପାଳନ କରାଯାଇଛି। ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରିରେ ବିଜେପିର ଏହି ସଫଳତାକୁ ନେଇ ସ୍ଥାନୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ରାଜନଗର ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ଲଳିତ ବେହେରା ଖୁସି ରେ ସାମିଲ ହେଲେ। 

ଏହି ବିଜୟ କେବଳ ଏକ ସଂଖ୍ୟାର ବିଜୟ ନୁହେଁ, ବରଂ ପଶ୍ଚିମବଙ୍ଗରେ ଚାଲିଥିବା ଭୟ ଏବଂ କୁଶାସନର ଅନ୍ତ ଘଟାଇ ସୁଶାସନ ପ୍ରତିଷ୍ଠା କରିବା ପାଇଁ ଏହା ଏକ ଦୃଢ଼ ସଙ୍କଳ୍ପ ବୋଲି ପଟ୍ଟାମୁଣ୍ଡାଇ ଓ ରାଜନଗର ର ନେତା ଲଳିତ ବେହେରା କହିଲେ। ଜନସାଧାରଣଙ୍କ ବିଶ୍ୱାସ ଓ କାର୍ଯ୍ୟକର୍ତ୍ତାଙ୍କ ନିରନ୍ତର ପରିଶ୍ରମ ଆଜି ଏହି ଐତିହାସିକ ସଫଳତା ଆଣିଦେଇଛି। ବିଜେପି ଦଳ ର ବୃହତ୍ ବିଜୟୀ ପରେ ରାଜନଗର ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ଲଳିତ ବେହେରା ପଟ୍ଟାମୁଣ୍ଡାଇ ର ସମସ୍ତ ବିଜେପି କର୍ମକର୍ତ୍ତା ଙ୍କୁ ନେଇ ଏକ ବିରାଟ ପଟୁଆର ରେ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିଥିଲେ।ଧୀରେ ଧୀରେ ପଟ୍ଟାମୁଣ୍ଡାଇ ଓ ରାଜନଗର ରେ ବିଜେପି ନେତା ଲଳିତ ବେହେରା ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା