ମିକ୍ସର ମେସିନ ଧକ୍କାରେ ମହିଳା ମୃତ ।

ମିକ୍ସର ମେସିନ ଧକ୍କାରେ ମହିଳା ମୃତ ।

ମିକ୍ସର ମେସିନ ଧକ୍କାରେ ମହିଳା ମୃତ ।
ଆଜି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା ଅନ୍ତର୍ଗତ ବନ୍ତଳା ପଞ୍ଚାୟତର ମହଙ୍ଗା _ପଳସୁଧା ମୁଖ୍ୟାରସ୍ତର ପଡ଼ାରାଏସର ଖୁଦୁରିକୁଣୀ ମନ୍ଦିର ନିକଟରେ ଅପରାହ୍ନ ୪ଟା ଏକ ମିକ୍ସଚର ମେସିନ ଧକ୍କାରେ ଜୈନକ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ପ୍ରକାଶ ବନ୍ତଲା ଗ୍ରାମର ନିରଞ୍ଜନ ଦାସଙ୍କ ପତ୍ନୀ କଟକରୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା ସାରି ତାଙ୍କର ସମ୍ପର୍କୀୟଙ୍କ ସାଙ୍ଗରେ OD 05BX0051ସ୍କୁଟିରେ ଫେରୁଥିବା ସମୟରେ ପଡ଼ାରାଏସର ଛକରେ OD29P 1979 ମିକ୍ସଚର୍ ମେସିନ ପଳସୁଧା ଅଭିମୁଖେ ଯାଉଥିବା କୌଣସି କାରଣ ବଶତଃ  ସ୍କୁଟି ରୁ ରାଜଲକ୍ଷ୍ମୀ ପଡ଼ିଯାଇଥିଲେ ସେହି ସମୟରେ ସ୍କୁଟି ଚାଳକ ଡାକୁ ଡାକୁ ମିକ୍ଚର ମେସିନ ଟି ତାଙ୍କ ଉପରେ ଚଢ଼ି ଯାଇଥିଲା ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ବିଜୁଳି ବେଗରେ ପ୍ରଚାରିତ ହେବାକ୍ଷନି ଶତାଧିକ ଲୋକେ ଭିଡ ଜମାଇବା ସହିତ କୁଦାନଗରି ଥାନାକୁ ଖବର ଦେଇଥିଲେ ତତକ୍ଷଣାତ୍ ଥାନା ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା। ସହ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ସ୍କୁଟି ଓ ମିକ୍ସଚର ମେସିନ କୁ ଥାନାକୁ ନେଇଥିଲେ । ପରିବହନ ତଥ୍ୟ ଅନୁଯାଇ ଦୁର୍ଘଟଣା ଘଟାଇଥିବା ମିକ୍ସଚର ମେସିନ ର ଇନ୍ସୁରାନ୍ସ ଶେଷ ହୋଇ ଯାଇଛି। ରିପୋର୍ଟ -ସ୍ବୟଂପ୍ରଭା ମିଶ୍ର