ମୁଣ୍ଡାରୀ ୟୁଟ୍ୟୁବର, ପ୍ରଡ୍ୟୁସର ଏବଂ ଆର୍ଟିଷ୍ଟ ଆସୋସିଏସନର ବୈଠକ.

ମୁଣ୍ଡାରୀ ୟୁଟ୍ୟୁବର, ପ୍ରଡ୍ୟୁସର ଏବଂ ଆର୍ଟିଷ୍ଟ ଆସୋସିଏସନର ବୈଠକ.

ମୁଣ୍ଡାରୀ ୟୁଟ୍ୟୁବର, ପ୍ରଡ୍ୟୁସର ଏବଂ ଆର୍ଟିଷ୍ଟ ଆସୋସିଏସନର ବୈଠକ ବାରିପଦା ତା 6/10(ପି.ଏନ.ଏସ.) ସ୍ଥାନୀୟ ଶ୍ରୀପଦଗଞ୍ଜ ସ୍ଥିତ ମୁଣ୍ଡାରୀ ୟୁଟ୍ୟୁବର, ପ୍ରଡ୍ୟୁସର ଏବଂ ଆର୍ଟିଷ୍ଟ ଆସୋସିଏସନ କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠାନର ସଭାପତି ରବୀନ୍ଦ୍ରନାଥ ସିଂ ଜାଳେୟାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା ଗୋବର୍ଦ୍ଧନ ସିଂ, ରସାନନ୍ଦ ସିଂ, ଇଂ ସୁନାରାମ ସିଂ ସିଲି, ଗଣ ମାଧ୍ୟମ ସମ୍ପାଦକ ବାଜି ସିଂ, ସମ୍ପାଦକ ଶଙ୍କର ସିଂ, ସହ କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସିଂ, ପ୍ରଡ୍ୟୁସର ସୁନାରାମ ସିଂ, ପ୍ରଡ୍ୟୁସର ବୈଦ୍ୟନାଥ ସିଂ, ୟୁଟ୍ୟୁବର ଜାଗୁ ସିିଂ, ମହେଶ୍ଵର ସିଂ ଓ ମୁନ୍ନା ସିଂ ପ୍ରମୁଖ ଯୋଗଦେଇ ସଂଗଠନର ସମୀକ୍ଷା କରିବା ସହିତ ଆଗାମୀ ଦିନରେ କିଭଳି ଭାବେ ଉନ୍ନତ ଆଦିବାସୀ ମୁଣ୍ଡାରୀ ଚଳଚିତ୍ର, ନାଟକ ଓ ଆଲବମ ମିଳିତ ଉଦ୍ୟମରେ ନିର୍ମାଣ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ. ଶେଷରେ ସାଧାରଣ ସମ୍ପାଦକ ଲକ୍ଷ୍ମୀରାମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ.