ରାଜନଗର ଥାନାର ନୂତନ ଆଇ.ଆଇ.ସି ଭାବେ ଯୋଗ ଦେଲେ ରତି ରଞ୍ଜନ ନାଏକ।

ରାଜନଗର ଥାନାର ନୂତନ ଆଇ.ଆଇ.ସି  ଭାବେ ଯୋଗ ଦେଲେ ରତି ରଞ୍ଜନ ନାଏକ।

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ଥାନା ମାନଙ୍କ ମଧ୍ୟରେ ରହିଛି ରାଜନଗର ଥାନା, ଯେଉଁଠି ପ୍ରତ୍ୟେକ ଦିନ ଅପରାଧୀ ମାନେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥାନ୍ତି। ମର୍ଡର, ଡକାୟତି, ଚୋରି ଓ ଅସାଧାଚରଣ ଭଳି ଅନେକ କାଣ୍ଡ ଭିଆଇ ଥାନ୍ତି ଏହି ଅପରାଧୀ ମାନେ। ତେଣୁ ଏହି ଥାନାର ଯିଏ ଥାନା ଅଧିକାରୀ ରୂପେ ଦାଇତ୍ୱ ନେଇଥାନ୍ତି ତାଙ୍କ ଉପରେ ସାଧାରଣ ଜନତା ଅନେକ ଭରସା କରିଥାନ୍ତି। ପୂର୍ବରୁ ଏହି ଥାନାର ଥାନା ଅଧିକାରୀ ରୂପେ ନରେଶ କୁମାର ସାହୁ ଦାଇତ୍ୱରେ ରହିଥିବା ବେଳେ ତିନୋଟି ହତ୍ୟା ଓ ୨୦ ରୁ ଉର୍ଦ୍ଧ ଅସାଧାଚରଣ ଗ୍ୟାଙ୍ଗ ଆକ୍ରମଣର ଅନେକ ଘଟଣା ସମ୍ମୁଖୀନ ହୋଇଛନ୍ତି। ସେଥିରେ ଅନେକ ଅପରାଧୀ ଜେଲ ଦଣ୍ଡ ଏବେବି ଭୋଗୁଛନ୍ତି, ଗତ ୧୮ ତାରିଖରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟେରିଆ ଙ୍କ ନିର୍ଦେଶରେ ଶ୍ରୀ ନରେଶ କୁମାର ସାହୁ ଙ୍କର ତନ୍ତିଆପାଳ ସାମୁଦ୍ରିକ ଥାନାକୁ ବଦଳି ହେବା ପରେ ତାଙ୍କ ବଦଳରେ ତନ୍ତିଆପାଳ ସାମୁଦ୍ରିକ ଥାନାର ଥାନା ଅଧିକାରୀ ରତି ରଞ୍ଜନ ନାଏକ ରାଜନଗର ଥାନାର ନୂତନ ଥାନା ଅଧିକାରୀ ରୂପେ ଦାଇତ୍ୱ ନେଇଛନ୍ତି।

ପୂର୍ବରୁ ଶ୍ରୀ ନାଏକ ତନ୍ତିଆପାଳ ଥାନାରେ ରହିଥିବା ବେଳେ ରାଜନଗର ଅଞ୍ଚଳର ଡ଼ିଡ଼ି ଗ୍ୟାଙ୍ଗର ପ୍ରମୁଖ ଗୁଣ୍ଡା ବିଜୁ ନାମକ ଦୁର୍ଦାନ୍ତ ଅପରାଧୀ କୁ ଜେଲର ଚାରିକାନ୍ଥ ଦେଖାଇଥିବା ବେଳେ ଏବେ ରାଜନଗର ଥାନାର ଦାଇତ୍ୱ ନେଇଛନ୍ତି। ତେବେ ତାଙ୍କ ନେତୃତ୍ୱ ରେ ରାଜନଗର ପୋଲିସ ପ୍ରଶାସନ ଚୋରା ମଦ ବେପାର,ଚୋରି, ହତ୍ୟା, ଅସାଧାଚରଣ ଓ ଡକାୟତି ଭଳି ଘାଟଣା କୁ ରାଜନଗର ଅଞ୍ଚଳରେ ନିପାତ କରିବାକୁ ସାଧାରଣ ଜନତା ତାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖିଛନ୍ତି। ସିଏ ଆଗରୁ ପଟ୍ଟାମୁଣ୍ଡାଇ ମଡେଲ ଥାନା ରେ ସଫଳତା ର ସହିତ କାର୍ଯ୍ୟ କରି ପ୍ରମୋଶନ ପାଇ ତନ୍ତିଆ ପାଲ ସାମୁଦ୍ରିକ ଥାନା ରେ ଆଇଆଇସି ଭାବେ ଯୋଗ ଦେଇଥିଲେ।ପ୍ରତ୍ୟେକ ଦିବା ଓ ରାତ୍ରିରେ ପେଟ୍ରୋଲିଙ୍ଗ ଜାରି ରଖିବାକୁ ସାଧାରଣ ଜନତା ଶ୍ରୀ ନାଏକ ଙ୍କୁ ଅନୁରୋଧ କରିଛନ୍ତି।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା