ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ।
ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ୧୦ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ। ଆଜି ପାଣିପାଗ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ଝଡ଼ ବର୍ଷା ନେଇ ଆଲର୍ଟ କରାଯାଇଛି। ସେଥି ମଧ୍ୟରୁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି
ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳରେ ପ୍ରବଳ ବର୍ଷା ସହ ୫୦ ରୁ ୬୦ କିମି ବେଗର ପବନ ବହିପାରେ। ସୁନ୍ଦରଗଡରେ କୁଆପଥର ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।
ବାକି ସବୁ ଜିଲ୍ଲାରେ ବର୍ଷା, ଘଡ଼ଘଡି ସହ ବିଜୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତା କାଲି ୨୪ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜରି କରିଛି ପାଣିପାଗ ବିଭାଗ।


admin 
