ରାସ୍ତା ଉପରେ ବେଆଇନ୍ ଭାବରେ ଗୃହ ନିର୍ମାଣ କାର୍ଯ୍ୟ କୁ ବିରୋଧ କରି ମାଳି ପୁର ର କେତେକ ଗ୍ରମବାସୀଙ୍କ ପଟ୍ଟାମୁଣ୍ଡାଇ ତହସିଲ ସମ୍ମୁଖ ରେ ଆମରଣ ଅନସନ ରେ ବସିଛନ୍ତି।
ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତା ୭/୮/୨୬ ପଟ୍ଟାମୁଣ୍ଡାଇ ତହସିଲ ସମ୍ମୁଖ ରେ ଆମରଣ ଅନସନ ଆଜକୁ ୩ ଦିନ ହେବ ଜାରିରଖି ବସିଥିବା ର ଦେଖିବାକୁ ମିଳିଛି। ସେ ହେଲେ ମାଳିପୁର ଗ୍ରାମର ରିପ୍ରେଜେଣ୍ଟାଟିଭ୍ ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାଶ ତାଙ୍କ କହିବା କଥା ଏ ବିଷୟରେ ସେମାେନ ତହସିଲ ଦାରଙ୍କୁ ଲିଖିତ ଅଭିେଯାଗ ୫/୬ ଦିନ ପୂର୍ବରୁ ଦେଇଥିଲେ। ତାର ଗୋଟିଏ ଦିନପରେ ସେ ଘର କାମ ବହୁ ଯୋରରେ ସାରିବା ପାଇଁ ବହୁ ଗୁଣ୍ଡା ଶ୍ରେଣୀ ର ଲୋକ କରିବାକୁ ଲାଗିେଲ ପୁଣି ଏହି ଦୁଇ ଜଣ ଆସି ଗତ ତା ୫/୮/୨୬ ରିଖ ଦିନ ତହସିଲ ଦାରଙ୍କୁ ଜଣାଇଲେ ହେଲେ ତହସିଲ ଦାର ମହୋଦୟ ତାଙ୍କୁ ମିଛ ଆଶ୍ୱାସନା ଦେଇ ବୁଝିବେ ବୋଲି କହି ଚୁପ ରହିବାରୁ ଏହି ଦୁଇ ଜଣ ଆଜକୁ ୩ ଦିନ ହେଲାଣି ଜଳ ନା ଜୁସ ନା କିଛି ଖାଦ୍ୟ ଆହାର ନ କରି ତାଙ୍କ ଜିଦିରେ ଅଟଳ ରହିଛନ୍ତି।
ଯଦି ପ୍ରକୃତ ରେ ରାସ୍ତା ଉପରେ ବେଆଇନ୍ ଭାବରେ ଘର ତୋଳା ଯାଉଛି ତେବେ ପ୍ରଶାସନ ଚୁପ ବା ନିରବ କାହିଁକି? ଯଦି ଅନଶନ କାରୀଙ୍କ କିଛି ବି ଅନିଷ୍ଟ ହୁଏ ତେବେ ପ୍ରଶାସନ ଏହା ପାଇଁ ଦାଇ ରହିବେ ବୋଲି ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ବହୁ ନାଗରିକ ମତ ପୋଷଣ କରିଛନ୍ତି।
ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରୁ ପ୍ରଦୀପ କିଶୋର ସାହୁ ଜିଲ୍ଲାସ୍ୱତନ୍ତ୍ର ପ୍ରତି ନିଧି ବିଷେଶ ଖବର


admin 
