ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଧୁମଧାମରେ ପାଳିତ

ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଧୁମଧାମରେ ପାଳିତ

ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର )ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ

 କୁଡୁମୁଲୁଗୁମ୍ମା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଓଡିଆ ନବବର୍ଷ, ହନୁମାନ ଜୟନ୍ତୀ ଓ ମହାବିଷୁବ ପଣା ସଂକ୍ରାନ୍ତି ଧୁମଧାମରେ ପାଳିତ ହୋଇଯାଇଛି । ଆଜିର ଏହି ଉତ୍ସବରେ ଗ୍ରାମର ପୁରୋହିତ ରମେଶ ଚନ୍ଦ୍ର ରଥଙ୍କ ପୈାରହିତରେ ଯଥା ବିଧିବିଧାନ ପୂର୍ବକ ହନୁମାନ ଶ୍ରୀଜିଉଙ୍କ ପୁଜନ କାର୍ଯ୍ୟ ଆରମ୍ଭ ହୋଇଥିଲା ଏଥିରେ ଗଣେଶ ପ୍ରସାଦ ଦାଶ ମୁଖ୍ୟ କର୍ତ୍ତା ଭାବେ ଉପସ୍ଥିତ ରହି ପୂଜାକାର୍ଯ୍ୟ ରେ ସହଯୋଗ କରିଥିଲେ । କୁଡୁମୁଲୁଗୁମ୍ମା ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଶ୍ରୀଜିଉଙ୍କ ଦିବ୍ୟ ମୁର୍ତ୍ତି ଦର୍ଶନ କରିଥିଲେ , ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଭକ୍ତମାନଙ୍କର କରତାଳି, ଶ°ଖନାଦ ଓ ହୁଳହୁଳି ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ଦିବା ଦୁଇ ଘଣ୍ଟିକା ସମୟରେ ସମସ୍ତ ଭକ୍ତମାନେ ଅନ୍ନ ପ୍ରସାଦ ପାଇ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସ°ଧ୍ୟା ୫ ଟା ସମୟରେ ଶ୍ରୀଜିଉଙ୍କ ପଣାଲାଗି ଆୟୋଜନ କରାଯାଇଥିଲା ଓ ଏହି ସମୟରେ ଗ୍ରାମର ସଙ୍କୀର୍ତ୍ତନ ଦଳ ଦ୍ବାରା ହନୁମାନ ଚାଳିଷା ପଠନ ସହ ଭଜନ କୀର୍ତ୍ତନର ଆସର ଜମି ଉଠିଥିଲା । ଗ୍ରାମ ହନୁମାନ ମନ୍ଦିର ଟ୍ରଷ୍ଟର ସଦସ୍ୟ ନୀହାରକାନ୍ତ ଦାସ, ହେମନ୍ତ କୁମାର ଦାସ, ଗୋପିନାଥ ଦାସ, ବାଳକୃଷ୍ଣ ପ୍ରଧାନ, ଭଗବାନ ସାହୁ, ହୃଷିକେଶ ସେଠି, ରାଜ ପାତ୍ର, ମଧୁସୂଦନ ପୃଷ୍ଟି, ବୀର କିଶୋର ପାତ୍ର, ଅଶୋକ କୁମାର ଆଡ୍ୟ, ଉମାଶଙ୍କର ଖିଲ , ମିଥୁନ ସାହୁ, ତ୍ରିନାଥ ବରାଡ, ଅନିଲ କୁମାର ସ୍ୱାଇଁ, ସିପୁ ପ୍ରଧାନ , ଜୟରାମ ପାତ୍ର, କେଶବ ଭୋଳ ପ୍ରମୁଖ ସହଯୋଗ କରିଥିଲେ ।