ସତ୍ୟନାରାୟଣ ଗ୍ରୁପ ଅଫ ଅନୁଷ୍ଠାନରେ ଆନ୍ତର୍ଜାତିକ ସେବିକା ଦିବସ ପାଳିତ ।

ସତ୍ୟନାରାୟଣ ଗ୍ରୁପ ଅଫ ଅନୁଷ୍ଠାନରେ ଆନ୍ତର୍ଜାତିକ ସେବିକା ଦିବସ ପାଳିତ ।

ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର ) ଅଭିଵକ୍ତ କୋରାପୁଟ ଜିଲ୍ଲା ର ମାଲକାନଗିରି, ରାୟଗଡା , ଜୟପୁର ଓ କୋରାପୁଟ ଠାରେ ସତ୍ୟନାରାୟଣ ଗ୍ରୁପ ଅଫ ଅନୁଷ୍ଠାନ ର ବିଭିନ୍ନ ନଂର୍ସିଙ୍ଗ୍ ମହାବିଦ୍ୟାଳୟ ରେ ୫୨'ତମ ଅନ୍ତର୍ଜାତୀୟ ସେବିକା ଦିବସ ମହାଆଡ଼ମ୍ବର ରେ ପାଳିତ ହୋଇଯାଇଛି । ଅନୁଷ୍ଠାନ ଗୁଡିକର ଅଧକ୍ଷା କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରି ସେବିକା ଶିକ୍ଷା ର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଙ୍କ ସେବା ଓ ନିଷ୍ଠା ର ପରାକାଷ୍ଠା ଛାତ୍ର ଓ ଛାତ୍ରୀଙ୍କୁ ବୁଝାଇଥିଲେ । ଉପସ୍ଥିତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଙ୍କ ନିଷ୍ଠା , ତପସ୍ୟା ଓ ନିଃସ୍ୱାର୍ଥପର ସେବା ଦ୍ୱାରା ଅନୁପ୍ରାଣିତ ହୋଇ ଅନୁଷ୍ଠାନ ତଥା ଦେଶ ଓ ଜାତିର ଗୌରବ ରଖିବା ପାଇଁ ଛାତ୍ର ଓ ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ପ୍ରାରମ୍ଭ ରେ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଙ୍କ ପ୍ରତିଛବି ରେ ଧୂପ, ଦ୍ଵିପ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଛାତ୍ର ଓ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମାଲକାନଗିରି ସତ୍ୟନାରାୟଣ ମହାବିଦ୍ୟାଳୟ ରେ ଅଧକ୍ଷା ସୁଶ୍ରୀ ସୁମରିନ ସୁମନ କାର୍ତ୍ତିକ ଓ ତନୁଶ୍ରୀ ଦେବନାଥ , ଜୟପୁର ଅନନ୍ତ ମେମୋରିଆଲ କଲେଜ ର ଭାରପ୍ରାପ୍ତ ଅଧକ୍ଷା ସୁଶ୍ରୀ ମୌସୁମୀ ପାଳ ଓ ସୁଶ୍ରୀ ମନିଷା ସିସା , କୋରାପୁଟ ସତ୍ୟନାରାୟଣ ନର୍ସିଙ୍ଗ୍ କଲେଜର ଭାରପ୍ରାପ୍ତ ଅଧକ୍ଷା ସୌମ୍ୟକାନ୍ତି ଶତପଥୀ ଓ ସୁଶ୍ରୀ ସିଫାନୀ ଟାକ୍ରି ଏବଂ ରାୟଗଡା ସହଯୋଗ ନର୍ସିଙ୍ଗ କଲେଜ ର ନିର୍ଦ୍ଧେଶିକା ରଂଜିତା ରାଣୀ ପଣ୍ଡା ଓ ଅଧ୍ୟାପିକା ଶିବାନୀ ପାତ୍ର ସଭାକାର୍ଯ୍ୟ କୁ ସୁଚାରୂପେ ପରିଚାଳନା କରି ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତ ଅନୁଷ୍ଠାନ ରେ ଶତାଧିକ ଛାତ୍ର ଓ ଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଭବିଷ୍ୟତ ରେ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଙ୍କ ଭଳି ଏକ ସୁ-ସେବିକା ହେବାର ଶପଥ ପାଠ ମଧ୍ୟ କରିଥିଲେ ।