ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି

ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି

ନୟାଗଡ଼, ତା. ୧୧-୦୮-ନୟାଗଡ଼ ଜିଲ୍ଲାରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୯.୩୦ ମିନିଟ୍‌ ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ ହୋଇ ନଗର ପରିକ୍ରମା କରି ଦୁର୍ଗାପ୍ରସାଦ ଖେଳପଡ଼ିଆ ପର୍ଯ୍ୟନ୍ତ ଯାଇ ପୁନଶ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହା ସଫଳତାର ସହ ସମ୍ପନ୍ନ ହୋଇଯାଇଛି l 

ଏହି ତ୍ରିରଙ୍ଗା ରାଲିରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ,ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ପୌରାଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଜାତା କୁମାରୀ ସାହୁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ । 

ଏହି ଶୋଭାଯାତ୍ରାରେ ପ୍ରାୟ ୨୦୦ ମିଟର ଦୀର୍ଘ ବିଶାଳ ତ୍ରିରଙ୍ଗା ପତାକା, ଯାହାକୁ ଛାତ୍ରଛାତ୍ରୀ, ଅଧିକାରୀ ଓ ଜନସାଧାରଣ ଅତ୍ୟନ୍ତ ଗୌରବର ସହ ବହନ କରି ନଗର ପରିକ୍ରମା କରିଥିଲେ।

ଆଶୋକ କୁମାର ସ।ଥୁଆ ,ଜିଲ୍ଲା ପ୍ରତିନିଧି ନୟାଗଡ଼