ରାଜ୍ୟ ସ୍ତରୀୟ ସାହିତ୍ୟ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆକାଂକ୍ଷା ଚୌଧୁରୀ
Date:-25/04/24
(ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ )
ରାୟଗଡା ଜିଲ୍ଲା ରାୟଗଡା ମାଟି ର ଝିଅ
ଆକାଂକ୍ଷା ଚୌଧୁରୀ ଆମ ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ ରାଜ୍ୟ ସ୍ତରୀୟ ସାହିତ୍ୟ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି
ଆକାଂକ୍ଷା ଚୌଧୁରୀ ରାୟଗଡ଼ ଜିଲ୍ଲା ମ୍ୟୁନିସିପାଲିଟି ଅଧୀନସ୍ଥ ଦୀର୍ଘ ବର୍ଷ ହେଲା ଚୌଧୁରୀ ସାହି ରହି ଆସୁଛନ୍ତି । ଆମ ଜିଲ୍ଲା ପାଇଁ ଗୌରବ ଆନନ୍ଦ ର କଥା ବାପା ପ୍ରଫୁଲ୍ଲ ଚନ୍ଦ୍ର ସେନାପତିଙ୍କ ସୁଯୋଗ୍ଯା କନ୍ଯା ରାୟଗଡ଼ ଜିଲ୍ଲା ମ୍ୟୁନିସିପାଲିଟି ଶୌଣ୍ଢିକ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଶୌଣ୍ଢିକ ପରିବାରର ପ୍ରଥମ ଝିଅ ଯିଏ କି ଉପ-ମୁଖ୍ଯମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ତଥା ମୁଖ୍ୟ ସଚିବଙ୍କ ଭଳି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ଓଡ଼ିଆ ପକ୍ଷ ଅବସରରେ ରାଜ୍ୟସ୍ତରୀୟ ସାହିତ୍ୟ ପ୍ରତିଯୋଗିତାର କ୍ଷୁଦ୍ର ଗଳ୍ପ ଲିଖନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ପାଇଛନ୍ତି ।ସାରା ଓଡ଼ିଶାରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିବା କମ୍ କଥା ନୁହଁ ଏହି ପରିପେକ୍ଷୀ ରେ ଆମ ରାୟଗଡା ଜିଲ୍ଲା ପାଇଁ ଏହା ଏକ ଗର୍ବ ଓ ଗୌରବ ଆମ ଜିଲ୍ଲା ତଥା ଶୌଣ୍ଢିକ ସମାଜର ଟେକକୁ ଶୀର୍ଷରେ ସ୍ଥାନରେ ପହଞ୍ଚାଇ ଦେଇଛନ୍ତି । ଏଥିପାଇଁ ରାୟଗଡା ଜିଲ୍ଲାବାସୀ ସମସ୍ତଙ୍କର ଧନ୍ୟବାଦର ପାତ୍ର । ଶୌଣ୍ଢିକ ସମାଜ ପାଇଁ ଗର୍ବିତ । ଏପରି ଉନ୍ନତି ଚିରଦିନ ପାଇଁ ଜାରି ରହୁ ବୋଲି ମନ୍କଥ ତୁଳ ପତିକ୍ରିୟା ରଖିଛନ୍ତି।ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
