ହେଙ୍ଗୁଳାଇଙ୍କ ଜନ୍ମବାର୍ଷିକ ଉତ୍ସବ ପାଳନ।

ହେଙ୍ଗୁଳାଇଙ୍କ ଜନ୍ମବାର୍ଷିକ ଉତ୍ସବ ପାଳନ।

କଣ୍ଟିଲୋ,, ପବିତ୍ର ଚୈତ୍ର ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ କଣ୍ଟିଲୋ ହାଟମୁଣ୍ଡ ପାଟଣା ଗ୍ରାମରେ ବିରାଜିତ ମା ' ହେଙ୍ଗୁଳାଇ ଠାକୁରାଣୀଙ୍କ ଜନ୍ମ ବାର୍ଷିକ ଉତ୍ସବ ବେଶ ଧୁମ୍ ଧାମରେ ପାଳନ ହୋଇଯାଇଛି। ଗୁରୁବାର ପୂର୍ବାହ୍ନ ୯ ଘଣ୍ଟା ସମୟରେ ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ ପଶ୍ଚିମ ଦ୍ଵାର ମହାନଦୀ କୂଳରେ ପୂଜାର୍ଚ୍ଚନା କରି କଳସ ଶୋଭାଯାତ୍ରା ଓ ୧୦ ଟାରେ ସୂର୍ଯ୍ୟପୂଜା, ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା।ସୁଶାନ୍ତ ବେହେରା ପତ୍ନୀ କିରଣ ବାଳା ବେହେରା କର୍ତ୍ତା  କର୍ତ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ସ୍ଥାନୀୟ ଜଣ କଲ୍ୟାଣ କ୍ଲବ ଓ ସାହିର ସମସ୍ତ ବୁଦ୍ଧିଜୀବୀ,ବରିଷ୍ଠ,ଯୁବ ଗୋଷ୍ଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଆଶୁତୋଷ ମହାପାତ୍ର,ଚନ୍ଦନ ଶିରୋମଣି,ପ୍ରତାପ ମହାରଣା,ବାସୁଦେବ ସାହୁ, ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ଯଜ୍ଞର ପୁରୋଧା ଭାବେ ପ୍ରଦ୍ୟୁମ୍ନ କର ଓ ସହଯୋଗୀ ହାପି କର ଯୋଗଦେଇ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ।  ସନ୍ଧ୍ୟାରେ  ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ମହିଳା ମାତୃ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।

ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର