ଖଣ୍ଡପଡ଼ାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଖଣ୍ଡପଡ଼ାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଖଣ୍ଡପଡା ୨୪|୪ ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ଶୁକ୍ରବାର ସଂନ୍ଧ୍ଯାରେ ପାଳିତ ହୋଇଯାଇଛି।ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷଙ୍କ ପୌରହିତ୍ଯରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ଵାଇଁ, ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟ ରାମେଶ୍ଵର ଶତପଥୀ, ସାଂସଦଙ୍କ ବ୍ଲକ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ ପ୍ରମୁଖ ଯୋଗଦେଇ ଦିବସ ପାଳନର ମହତ୍ବ ସଂର୍ପକରେ ଆଲୋକପାତ କରିଥିଲେ। ଏ ଅବସରରେ ବିଭିନ୍ନ ପଞ୍ଚାୟତରୁ ଯୋଗ୍ୟ ବିବେଚିତ ହୋଇଥିବା ନୂତନ ହିତାଧିକାରୀଙ୍କୁ ଖାଉଟି କାର୍ଡ ଓ ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ଯାଦେଶପତ୍ର ବଣ୍ଟନ କରାଯାଇଥିଲା।ନୂତନ ଖାଉଟି କାର୍ଡ ଓ ବାସଗୃହ ନିର୍ମାଣ ନିମନ୍ତେ କାର୍ଯ୍ଯାଦେଶପତ୍ର ପାଇଥିବା ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ କୃତଜ୍ଞତା ଜଣାଇଥିଲେ।ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଅନିତ କୁମାର ବଡ଼ସେଟ୍ଟ କାର୍ଯ୍ଯକ୍ରମରେ ସଂଯୋଜନା କରିଥିବା ବେଳେ ଖଣ୍ଡପଡ଼ା ବ୍ଲକ ଅଧୀନ ୨୨ ଟି ପଞ୍ଚାୟତରୁ ମିଶନ ଶକ୍ତି ମହିଳା, ସ୍ବୟଂ ସହାୟିକା ଗୋଷ୍ଠିର ସଦସ୍ୟା,ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ, ଜିଆରଏସଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧିମାନେ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ।

 ବିଶେଷ ଖବର ଜିଲ୍ଲା ସ୍ୱତ୍ର ନ୍ତ୍ର ପ୍ରତି ନିଧି ସୁପ୍ରିୟା ଦାଶ (ବ୍ଲକ ପ୍ରତିନିଧି ରଜତ ଦାସ )