୨୪ ଘଣ୍ଟା ମଧ୍ୟରେ ଅଧ୍ଯକ୍ଷା , ଉପାଧ୍ଯକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ।

୨୪ ଘଣ୍ଟା ମଧ୍ୟରେ ଅଧ୍ଯକ୍ଷା , ଉପାଧ୍ଯକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ।

୨୪ ଘଣ୍ଟା ମଧ୍ୟରେ ଅଧ୍ଯକ୍ଷା , ଉପାଧ୍ଯକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ । ମାଲକାନଗିରି ତା:-୧୯/୦୯ ମାଲକାନଗିରି ଜିଲ୍ଲା ସଦର ବ୍ଲକ ପଞ୍ଚାୟତ ସମିତିର ରାଜନୀତିରେ ଘଡିକେ ଘୋଡ଼ା ଛୁଟିଛି। ଗତକାଲି ସଂଧ୍ୟାରେ ବ୍ଲକ ଉପାଧ୍ଯକ୍ଷଙ୍କ ସମେତ କିଛି ସଦସ୍ୟ ଅଧ୍ଯକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଥିବା ବେଳେ ଏବେ ଅଧ୍ଯକ୍ଷା ଗୌରୀ ପଡିଆମିଙ୍କ ସହଯୋଗୀ ସଦସ୍ୟ ମାନେ ଉପାଧ୍ଯକ୍ଷ ନିରଞ୍ଜନ ହାଲଦାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବା ସହ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଉପାଧ୍ଯକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ପଞ୍ଚାୟତ ସମିତିର ୨୦ ଜଣ ସରପଞ୍ଚ ଓ ସମିତି ସଭ୍ୟ ଉପଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଗୃହୀତ କରିବା ପାଇଁ ଦାବି ରଖିଛନ୍ତି। ତେବେ ଉପାଧ୍ଯକ୍ଷ ନିରଞ୍ଜନ ହାଲଦାରଙ୍କ ନେତୃତ୍ୱରେ ୯ ଜଣ ସମିତି ସଭ୍ୟ ବ୍ଲକ ଅଧ୍ଯକ୍ଷା ଗୌରୀ ପଡିଆମିଙ୍କ ବିରୁଦ୍ଧ ଅନାସ୍ଥା ପ୍ରସ୍ତାବ ଆଣିବା ସହ ଉପ ଜିଲ୍ଲାପାଳଙ୍କୁ ଲିଖୂତ ଅଭିଯୋଗ କରିଥିବା ବେଳେ ଅପରାହ୍ନ ୪ ଘଣ୍ଟିକା ସମୟରେ ବ୍ଲକ ଅଧ୍ୟକ୍ଷା ଗୌରୀ ପଡିଆମିଙ୍କ ଦ୍ବାରା ପଞ୍ଚାୟତ ସମିତି ସଭାଗୃହରେ ଏକ ଜରୁରୀ କାଳୀଳ ସମିତି ବୈଠକ ଆହ୍ବାନ କରାଯାଇଥିଲା ଅଧ୍ଯକ୍ଷା ଗୌରୀ ପଡ଼ିଆମୀ ସଭାପତିତ୍ୱ କରିଥିବା ବେଳେ ସମିତିର ୨୦ ରୁ ଉର୍ଦ୍ଧ୍ବ ସମିତି ସଭ୍ୟ ଓ ସରପ ସରପଞ୍ଚ ଉପସ୍ଥିତ ରହି ବୈଠକରେ ଉପାଧ୍ଯକ୍ଷ ନିରଞ୍ଜନ ହାଲଦାର ଙ୍କ ଦ୍ବାରା ୨ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପଞ୍ଚାୟତ ସମିତିରେ ମନମୁଖୀ କାର୍ଯ୍ୟକଳାପ ସହିତ ଅଧୂକାଂଶ ସମୟରେ ସାଥି ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଦୁବ୍ୟବହାର ଓ ବ୍ଳକର ଉନ୍ନତୀ ମୂଳକ କାର୍ଯ୍ୟରେ ହସ୍ତକ୍ଷେପ ଓ ଠିକାଦାରୀ ରେ ସମ୍ପୃକ୍ତି ଭଳି ବହୁ ଅସାମାଜିକ କାର୍ଯ୍ୟକଳାପରେ ସମ୍ପୃକ୍ତି ସହ ଆବାସ ଯୋଜନାରେ ସମ୍ପୃକ୍ତି ରହିଥ‌ିବା ଭଳି ଅଭିଯୋଗ କରିଛନ୍ତି ଗୌରୀ ପଡିଆମିଙ୍କ ସମର୍ଥକ।ଏଣୁ ଆଜି ଉପସ୍ଥିତ ସମସ୍ତ ସରପଞ୍ଚ ସମିତି ସଭ୍ୟ ମାଲକାନଗିରି ବ୍ଲକ ଉପାଧ୍ଯକ୍ଷ ନିରଞ୍ଜନ ହଲଦାରଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିବା ସହ ସର୍ବସମ୍ମତି କ୍ରମେ ପାରିତ କରାଯାଇଛି। ଏହି ଚିଠା ପ୍ରସ୍ତାବକୁ ମାନନୀୟା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରି ଅନାସ୍ଥା ପ୍ରସ୍ତାବ ଗୃହୀତ କରିବା ନିମନ୍ତେ ଅଧ୍ଯକ୍ଷା ଗୌରୀ ପଡିଆମି ଏବଂ ସମର୍ଥକ ମାନେ ଦାବି ଜଣାଇଛନ୍ତି। ତେବେ ଆଗାମୀ ଦିନରେ ମାଲକାନଗିରି ସଦର ପଞ୍ଚାୟତ ସମିତିର ରାଜନୈତିକ ପାଣିପାଗ କେଉଁ ଗତି କରୁଛି ଦେଖିବାକୁ ବାକି ରହିଲା। ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର