ସଡକରୁ ସଂସଦ ଯାଏଁ, ସୌମ୍ୟଶ୍ରୀ ବିଶିଙ୍କ ନ୍ୟାୟ ପାଇଁ ଜାରି ରହିବ ଲଢେଇ.

ସଡକରୁ ସଂସଦ ଯାଏଁ, ସୌମ୍ୟଶ୍ରୀ ବିଶିଙ୍କ ନ୍ୟାୟ ପାଇଁ ଜାରି ରହିବ ଲଢେଇ.
ଓଡିଶାର ବାଲେଶ୍ୱର ଜିଲ୍ଲା,ର, ଫକୀର ମୋହନ ସ୍ୱୟଂସାଶିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ଼ ବିଏଡ଼ ର ଦ୍ଵିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି, ଅଧ୍ୟାପକଙ୍କ ଦ୍ୱାରା ମାନସିକ ନିର୍ଯ୍ୟାତନାରେ ନିର୍ଯ୍ୟାତୀତ ହୋଇ, ଆତ୍ମାହୁତି ଦେଇଥିବାରୁ, ବିରୋଧୀ ରାଜନୈତିକ ଦଳ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ, ରାଜ୍ୟ ସରକାରଙ୍କ ବିଫଳତାକୁ ଦାୟୀ କରି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବି ସହ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଛି।ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ, 12 ଘଣ୍ଟିଆ ଓଡିଶା ବନ୍ଦ ପାଳନ ଡାକରାକୁ ସଫଳ କରିବା ସକାଶେ ଆଜି, 17.7.2025 ସକାଳ ଛଅରୁ ସନ୍ଧ୍ୟା ଛଅ ପର୍ଯ୍ୟନ୍ତ, ସଦର ମହକୁମା ବାରିପଦା, ତଥା ଆଖପାଖ ବ୍ଲକ ଓ ରାଇରଂ ପୁର ଓ କରଞ୍ଜିଆରେ ଏହି ବନ୍ଦର ପ୍ରଭାବ ଦେଖି ବାକୁ ମିଳିଚ୍ଛ। ଏଥିରେ କଂଗ୍ରେସ ସହିତ ବାମପନ୍ଥି ଦଳ
ତଥା ଭଞ୍ଜ ସେନାର ମିଳିତ ସହଯୋଗରେ ଏହି ବନ୍ଦ ଡାକରାର ପ୍ରଭାବ ପରିଲଖିତ ହୋଇଛି।ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସ୍କୁଲ କଲେଜ ତଥା
ଯାନବାହାନ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଏନଏଚ-୧୮,ଏନଏଚ-୪୯, ଏନଏଚ-୨୨୦
ଗାଡି ଚଳାଚଳ ବନ୍ଦ ରହିଛି। କୌଣସି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥିଲା, ଶାନ୍ତି ଶଙ୍ଗଳା ସହ ସମାପ୍ତ ହୋଇଛି।
ଏହାର ଉଚିତ ନ୍ୟାୟ ଓ ଦୋଷିକୁ କୋଠର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହା ନ ହେଲେ ଆଗାମି ଦିନ ଆନ୍ଦଳନ ତିବ୍ର ତର ହେବ
ବାରିପଦାରୁ -ଗୌର ଦାସ ଗିରି .