ଗ୍ଲୋବାଲ ଇନଷ୍ଟିଚିଉଟ ଅଫ ମ୍ୟାନେଜମେଣ୍ଟ ରେ ବନମହୋତ୍ସବ

ଗ୍ଲୋବାଲ ଇନଷ୍ଟିଚିଉଟ ଅଫ ମ୍ୟାନେଜମେଣ୍ଟ ରେ ବନମହୋତ୍ସବ ।
ଗ୍ଲୋବାଲ ଇନଷ୍ଟିଚିଉଟ ଅଫ ମ୍ୟାନେଜମେଣ୍ଟରେ ଏକ ଜାତୀୟ ବନ ମହୋତ୍ସବ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ କଲେଜ ର ନିର୍ଦେଶକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପଟ୍ଟନାୟକ, ଅଧ୍ୟକ୍ଷ ଡ଼. ନରେନ୍ଦ୍ର କିଶୋର ମିଶ୍ର, ଡିନ ଡ଼. ମୁନମୁନ ମହାନ୍ତି,ଡିନ ପ୍ରଫେସର ବିପୁଲ କୁମାର, ପ୍ରଫେସର ସୁନୀଲ ମିଶ୍ର,ପ୍ରଫେସର ଦେବାଶିଷ ନନ୍ଦ, ଡ଼. ତୁଲିକା ସିଂ, ପ୍ରଫେସର ଗୌରୀ ଶଙ୍କର ମହାରଣା, ଡ଼. ଆଦ୍ୟାଶା ସୁଭଦର୍ଶିନୀ, ପ୍ରଫେସର ଦୀପା ବିଶ୍ୱାଳ, ପ୍ରଫେସର ରାଜାରାମ ରାଉତ, ଶ୍ରୀଯୁକ୍ତ କୃଷ୍ଣ ପ୍ରସାଦ ମହାନ୍ତି ସମେତ ଅନୁଷ୍ଠାନ ର ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ କିସମ ର ଚାରା ରୋପଣ କରାଯାଇଥିଲା। ଏହି ଅବସରରେ ଶିକ୍ଷାନୁଷ୍ଠାନର ନିର୍ଦେଶକ ବୃକ୍ଷରୋପଣ ଉପାଦେୟତା ବିଷୟରେ ଗୁରୁତ୍ୱାରୋପ କରିଥିଲେ।