୭୩ ତମ ବାର୍ଷିକ ପଞ୍ଚଦୋଳ ମହୋତ୍ସବ ଓ ବିଶ୍ଵଶାନ୍ତି ଶ୍ରୀନାମଯଜ୍ଞ

୭୩ ତମ ବାର୍ଷିକ ପଞ୍ଚଦୋଳ ମହୋତ୍ସବ ଓ ବିଶ୍ଵଶାନ୍ତି ଶ୍ରୀନାମଯଜ୍ଞ
ରାଇହରି ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।
ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବିଜାତଳା ବ୍ଲକ ଅଧୀନସ୍ଥ ରାଇହରି ଗ୍ରାମରେ ଜପ ହରେ କୃଷ୍ଣ ହରେ ରାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ଏହି ସଙ୍କୀର୍ତ୍ତନ ଉପଭୋଗ କରିବା ପାଇଁ ହରି ଭକ୍ତ ମାନେ ହଜାର ହଜାର ସଂଖ୍ୟାରେ ଦୁରଦରାନ୍ତରୁ ଆସି ପହଞ୍ଚିଥିଲେ। ଏହି ନାମ ଯଜ୍ଞରେ ଭକ୍ତ ମାନଙ୍କ ପାଇଁ ସକାଳ ଦିପ୍ରହର ଏବଂ ସଂଧ୍ୟା ସମୟର ପ୍ରସାଦର ଆୟୋଜନ କରାଯାଇଥିଲା ଗ୍ରାମର ଲୋକମାନେ ଚୁଲି ନ ଜାଳି ପ୍ରସାଦ ସେବନ କରି ସଙ୍କୀର୍ତ୍ତନ ଉପଭୋଗ କରିଥିଲେ। ସବୁ ବର୍ଷ ପରି ଏବର୍ଷ ମଧ୍ୟ ଧୁମଧାମରେ ପାଳନ କରାଯାଇଥିଲା ଏହି ସଙ୍କୀର୍ତ୍ତନର ପ୍ରେସିଡେଣ୍ଟ ସଂଜିବ କୁମାର ନନ୍ଦ, ଅମିୟ ବିକାଶ ନନ୍ଦ ସେକ୍ରେଟାରୀ, ତାପସ କୁମାର ନନ୍ଦ କେସିଆର , ଉପଦେଷ୍ଟା ମଣ୍ଡଳି ଗୋପାଳ ଚନ୍ଦ୍ର ନନ୍ଦ , ଅନିରୁଦ୍ଧ ନନ୍ଦ ,ଅଫ୍ରତାନ ନନ୍ଦ,ନିରଜଂନ ନନ୍ଦ , ହରିଶ ଚନ୍ଦ୍ର ନନ୍ଦ ଏବଂ ଗ୍ରାମ ମଣ୍ଡଳି ବୃନ୍ଦ ଙ୍କ ଉପସ୍ଥିତରେ ମହାସମାରୋହରେ ପାଳିତ ହୋଇଯାଇଛି। ମୟୂରଭଞ୍ଜ ରାଇରଙ୍ଗପୁର ଜିଲ୍ଲା ସାମ୍ବାଦିକ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ବିଶେଷ ଖବର