ଓଡ଼ିଶା ଅବସରପ୍ରାପ୍ତ ଗ୍ରାମସେବକ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
ଓଡ଼ିଶା ଅବସରପ୍ରାପ୍ତ ଗ୍ରାମସେବକ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କୃତଜ୍ଞତା
ଲୋକପ୍ରିୟ ରାଜ୍ୟ ସରକାର ୨୦୦୯ ମସିହାରେ ପଞ୍ଚାୟତ ମାନଙ୍କରେ କାର୍ଯ୍ୟକରୁଥିବା ସ୍ଵଳ୍ପ ବେତନଭୋଗୀ ପଞ୍ଚାୟତ ସମ୍ପାଦକ ମାନଙ୍କୁ ଏକକାଳୀନ ସମସ୍ତଙ୍କୁ ଗ୍ରାମସେବକା ଭିଏଲଡ଼ବ୍ଲ୍ୟୁ ପଦବୀକୁ ପ୍ରମୋଶନ ଦେଇଥିଲେ । ପ୍ରମୋଶନ ପରେ ଅଳ୍ପ ସମୟ ୧୦ ବର୍ଷରୁ କମ ସମୟ ଋକିରି କରି ଅବସର ନେଇଥିବା ୭୮୨ ଜଣ ଅବସରପ୍ରାପ୍ତ ଭିଏଲଡ଼ବ୍ଲ୍ୟୁ ମାନଙ୍କୁ ଅବସର ଦିବସରୁ ପେନସନ୍ ଦେବା ନିମନ୍ତେ ଅନୁମୋଦନ କରିଥିବାରୁ ଓ କ୍ୟାବିନେଟ ବୈଠକରେ ମଞ୍ଜୁର କରିଥିବାରୁ ଓଡ଼ିଶା ଅବସରପ୍ରାପ୍ତ ଗ୍ରାମସେବକ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ସହ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ସର୍ବନିମ୍ନ ପେନସନ ପାଇବା ପାଇଁ ରାଜ୍ୟସଂଘ ତରଫରୁ ରାଜ୍ୟ ପ୍ରାଶସନିକ ସ୍ୟାଟରେ କେଶ କରାଯାଇଥିଲା । ଏହି କେଶରେ ରାଜ୍ୟ ସରକାର ପରାସ୍ତ ହୋଇ ମାନ୍ୟବର ହାଇକୋର୍ଟ ଓ ମାନ୍ୟବର ସୁପ୍ରିମକୋର୍ଟରେ ଅପିଲ୍ କରିଥିଲେ । ମାତ୍ର ସ୍ୟାଟର ରାୟ କାଏମ ରହିବାରୁ ସରକାର କୋର୍ଟ ନିୟମ ପାଳନକରି ସର୍ବନିମ୍ନ ପେନସନ ଦେବାପାଇଁ ବ୍ୟବସ୍ଥା କରିଥିବାରୁ ରାଜ୍ୟସରକାରଙ୍କ ପଞ୍ଚାୟତୟତରାଜ ବିଭାଗ ଓ ଅର୍ଥବିଭାଗ ସରକାରଙ୍କୁ ନିଷ୍ପତ୍ତି ନେବାରେ ଅନୁକୁଳ ମତାମତ ଦେଇଥିବାରୁ ସଂଘର ରାଜ୍ୟ ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ଶତପଥୁ ଓ ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚ୍ ନାରାୟଣ ପାଳ ଧନ୍ୟବାଦ ଦେଇଛନ୍ତି । ରାଜ୍ୟ ସରକାର ପେନସନ ବ୍ୟବସ୍ଥା କରିଥିବାରୁ ସମସ୍ତ ସଦସ୍ୟ ଖୁସିବ୍ୟକ୍ତ କରିଛନ୍ତି । ଏହି କେଶ ପରିପ୍ପଳନା ପାଇଁ ହାଇକୋର୍ଟର ବରିଷ୍ଠ ଆଡ଼େଭୋକେଟ ମନୋଜ କୁମାର ମିଶ୍ର ଓ ଦିଲ୍ଲିପ କୁମାର ପଟ୍ଟନାୟକ ସଂଘ ତରଫରୁ କେଶ ଲଢି ଜିତାଇ ଥିଲେ ।