ଦାବି ପୂରଣ ନହେଲେ ନିର୍ବାଚନ ଡିଉଟି କରିବୁନି ମାଧ୍ୟମିକ ଶିକ୍ଷକ ଓଡ଼ିଶା

ଦାବି ପୂରଣ ନହେଲେ ନିର୍ବାଚନ ଡିଉଟି କରିବୁନି ମାଧ୍ୟମିକ ଶିକ୍ଷକ ଓଡ଼ିଶା

ଦୁଇ ଦଫା ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ-- ଓଡିଶା ସରକାରୀ ହାଇସ୍କୁଲ (ମାଧ୍ଯମିକ) ଏନପିଏସ ଶିକ୍ଷକ ସଂଘ ୧୦୯.୦%, ୨୦୧୪ ଭୁବନେଶ୍ୱର - ଓଡିଶା ସରକାରୀ ହାଇସ୍କୁଲ (ମାଧମିକ) ଏନ.ପି.ଏସ. ଶିକ୍ଷକ ସଂଘ ର ଦୁଇ ଦଫା ଦାବି ପୂରଣ ନିମିତ୍ତ ସ୍ୱର ୧୧ ୧ ରୁ ଉଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ବିଧାନ ସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଜାରି ରହିବ ବୋଲି ସଂଘର ନେତୃତ୍ବ ମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ପ୍ରକାଶ ଆଉ କି ୨୦୦୪ ମସିହା ପରଠାରୁ ସରକାର ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ସରକାରଙ୍କ ସମସ୍ତ ନୀତି ନିୟମ ଦ୍ବାରା ୪୮୪୮ ସରକାରୀ ହାଇସ୍କୁଲ ରେ ନିଯୁକ୍ତି ଦେଇଥିଲେ | ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ର ଚିଠି ନଂ ୨୯୦୭୬ ହାନ୍ତି ୬.୧୦.୨୦୨୨ ରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ୧୩ ପରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କର ଚାକିରୀରେ ୬ ବର୍ଷ ଦୁକ୍ତି ଅବଧୂ ଯୋଗ ସହିତ ୬ ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରିଛନ୍ତି କିନ୍ତୁ ସରକାର ୨୦୦୪ ରୁ ୨୦୧୩ ନିଯୁକ୍ତ ଚୁକ୍ତି ଶିକ୍ଷକମାନଙ୍କୁ ଏଇ ସୁବିଧାରୁ ବଞ୍ଚିତ କରି ବରିଷ୍ଠ ଶିକ୍ଷକ ମାନଙ୍କୁ ଅସମ୍ମାନିତ ଓ ଅବହେଳିତ କରିବାର କୋହ ଆଜିର ଆନ୍ଦୋଳନ ରେ ପ୍ରତିଫଳିତ ହୋଇଥିଲା ।

ଏଠାରେ ପ୍ରକାଶ କରାଯାଇପାରେ କି, ଯେତେବେଳେ ସରକାର କୌଣସି ଏକ ନୀତିଗତ ନିଷ୍ପତି ନେଉଥାନ୍ତି, ପୂର୍ବରୁ ସେହି କ୍ରମରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ସମସ୍ତ ସୁବିଧା କର୍ମଚାରୀ ମାନଙ୍କୁ ଦିଆ ଯାଇଥାଏ କିନ୍ତୁ ୨୦୨୨ ଚୁଲି ଭିଭିକ ଉଚ୍ଛେଦ ନିୟମ ଦ୍ବାରା ୨୦୧୩ ଚୁକ୍ତିଭିରିକ ନିୟମ ପୂର୍ବରୁ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ସେହି ନିୟମ ରେ ଥିବା ସୁବିଧା - 6 ବର୍ଷର ଚୁଲି ଅବଧୂକୁ ମୂଳ ଚାକିରୀ ରେ ଗଣନା ସହ ନୋସନାଲ ଇନ୍ତି ମେଣ୍ଟ ପାଇବାରେ ବଞ୍ଚିତ କରାଯିବା ଏକ ଅଗଣତାନ୍ତ୍ରୀକ ନୀତି ବୋଲି ଶିକ୍ଷକ ନେତୃତ୍ବ ମାନେ ବିବେଚନା କରିଛନ୍ତି ।

ଯେତେବେଳେ ଓଡିଶା ସରକାରଙ୍କ ଆର୍ଥିକ ଅବସ୍ଥା ମାନ୍ଦା ଥିଲା ସେହି ସମୟରେ ସରକାରୀ ହାଇସ୍କୁଲ ମାନଙ୍କରେ ମାସିକ 1500 ଓ 2500 ଟଙ୍କାର ସ୍ବଳ୍ପ ବରମା ରେ ଯେଉଁ ଯୁବ ପିଢ଼ି ମାନେ ସମାନ ଶିକ୍ଷାଗତ ଯୋଗ୍ୟତା ଓ ସରକାରୀ ନୀତି ଦ୍ବାରା ଓ ବର୍ଷ ଚୁକ୍ତିଭିଭିକ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ, ଓଡିଶା ସରକାର ଙ୍କ ୨୦୨୨ ଚୁକ୍ତିଭିରିକ ଉଛେଦ ନିୟମ ଆଣି ଏଥିରେ ଥିବା ସୁବିଧା ଦେବା ପରିବର୍ରେ ସରକାରୀ ହାଇସ୍କୁଲ ରେ ଶିକ୍ଷକ ମାନଙ୍କୁ ବିଭିନ୍ନ ଭାଗ ରେ ବିଭକ୍ତ କରିବାର ପ୍ରୟାସ କରାଯାଇଛି ଓ ବରିଷ୍ଠ ଶିକ୍ଷକ ମାନଙ୍କୁ ଉପେକ୍ଷିତ କରାଯାଇଛି ।

ପ୍ରକାଶ ଥାଉ କି ଏହି ଏକ ବର୍ଷ ଭିତରେ ରାଜ୍ୟ ତଥା ବିଭିନ୍ନ ଜିଲ୍ଲା ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ଅଧକ୍ଷ ଶ୍ରୀ ଭି କେ ପାଣ୍ଡିଆନ ତ‌ଥା ଓଡିଶା ସରକାରଙ୍କ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦାବି ଜଣାଇବାସରେ ଏହାର ସୁଫଳ ଅଦ୍ୟାବଧୂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଇପାରିଲେ ନାହିଁ, ପୂର୍ବରୁ ମାନ୍ୟବର ଅର୍ଥମନ୍ତ୍ରୀ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ସହିତ ଆଲୋଚନା ଏବଂ ମିଳିଥିବା ପ୍ରତିଶୃତି ପାଣିର ଗାର ସଦୃଶ ହୋଇ ରହିଛି ।

ପୁନଶ୍ଚ ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପତ୍ରାଙ୍କ ସଂଖ୍ୟା - ୧୫୦୫୦ ତା- ୨୨.୦୬.୨୦୨୩ ରିଖ ରେ ଜାରୀ ହୋଇଥିବା SOP ଦ୍ବାରା ଯେଉଁ ଶିକ୍ଷକ ମାନେ ୨୦୧୩ ପୂର୍ବ ରୁ ନିଯୁକ୍ତି ପାଇ ବରିଷ୍ଠ ଥିଲେ ସେମାନେ ୨୦୨୨ ନିୟମ ଦ୍ବାରା କନିଷ୍ଠ ହୋଇଯାଇଥିଲେ, ସେମାନଙ୍କୁ ଥଇଥାନ ବା ଦାନ ସଦୃଶ ଏକ ନୀତି ପ୍ରଣୟନ କରି ୨୦୧୧ ରୁ ୨୦୧୪ ମଧ୍ଯରେ ନିଯୁକ୍ତ ଶିକ୍ଷକ ଙ୍କୁ କିଛି ବର୍ଷ ନିୟମିତ ଚାକିରୀ ରେ ଯୋଗ ଅଳ୍ପ କେତୋଟି ଇନ୍ତି ମେଣ୍ଟ ଦେଇ ୨୦୧୩ ରୁଲ ପରେ ନିଯୁକ୍ତି ପାଇଥିବା ଶିକ୍ଷଙ୍କ ୨୦୧୬ ବ୍ୟାଚ ଶିକ୍ଷକମାନଙ୍କ ଦରମା ସହିତ ସମାନ କରିବାର ଏକ ଅଭିନବ ନିୟମ ସରକାର ଆପଣେଇଛନ୍ତି ଏହା ଶିକ୍ଷକ ମାନଙ୍କ ର ଅସନ୍ତୋଷ କୁ ଅଧିକ ତୀବ୍ରତର କରିଛି ତେଣୁ ସରକାରଙ୍କ ର ଏହି ଅପ୍ରତ୍ୟାଶିତ ଅସଙ୍ଗତି ନୀତି ଦ୍ବାରା ସରକାରୀ ହାଇସ୍କୁଲ ରେ ଶୈକ୍ଷିକ ସଂଘତିରେ ବାଧକ ସାଜିଛି ତେଣୁ ସଂଘ ଓଡିଶା ସରକାରଙ୍କ ୨୦୧୩ ରୁଲ ପୂର୍ବରୁ ନିଯୁକ୍ତ ଶିକ୍ଷକ ମାନଙ୍କୁ ପ୍ରଦାନ କରିବାକୁ ଦାବି ଜଣାଇଛି | ବାରମ୍ଵାର ଦାବି ଏବଂ ଆନ୍ଦୋଳନ ପରେ ମଧ୍ୟ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିନାହାନ୍ତି, ତେଣୁ ଆସନ୍ତା ଫେବୃଆରୀ ୯ ତାରିଖ ରେ ବିଧାନସଭା ଅଧିବେଶନ ସମୟରେ ସଂଘ ବାଧ ହୋଇ ରାଜ ରାସ୍ତା ରେ ଆନ୍ଦୋଳନ କରିଛି ଓ ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି, ଆନ୍ଦୋଳନ ଏମିତି ଚାଲୁରହିବ ଓ ଆଗାମୀ ଫେବୃୟାରୀ ୨୦ ରୁ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଓ ଖାତା ଦେଖା ବର୍ଜନ କରିବ ବୋଲି ରାଜ୍ୟ ସଂଘ ର ସଭାପତି -ପୂର୍ଣ୍ଣଚନ୍ଦ୍ର ଆଏଚ, ସାଧାରଣ ସମ୍ପାଦକ – ଅମରେନ୍ଦ୍ର ସ୍ବାଇଁ କାର୍ଯ୍ୟକାରୀ ସଭାପତି - ପ୍ରଦୀପ୍ତ କୁମାର ପ୍ରଧାନ, କୋଷାଧକ୍ଷ - ଜିତେନ୍ଦ୍ର କୁମାର ନାୟକ ଓ ଆବାହକୁ - ବିଶ୍ବଜିତ ବିଶ୍ବାଳ, ଯୁଗ୍ମ କୋଷାଧ୍ଯକ୍ଷ - ପଞ୍ଚାନନ ଜେନା ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।