ପ୍ରେମ ଦିବସ ରେ ସହିଦ ଙ୍କ ଉଦେଶ୍ୟରେ ପାଳିତ ହେଲା "ସଲାମ କାର୍ଯ୍ୟକ୍ରମ

ଟାଇମ ଟୁ ସାଇନ ପକ୍ଷରୁ ନିଆରା ଢଙ୍ଗ ରେ ପାଳିତ ହେଲା ଭାଲେଣ୍ଟାଇନ ଡେ
ପ୍ରେମ ସେହି ମାନଙ୍କୁ କର ଯିଏ ଦେଶର ହିତ ରେ କାର୍ଯ୍ୟ କରୁଛନ୍ତି.
ପ୍ରେମ ଦିବସ ରେ ସହିଦ ଙ୍କ ଉଦେଶ୍ୟରେ ପାଳିତ ହେଲା "ସଲାମ " କାର୍ଯ୍ୟକ୍ରମ
ଭୁବନେଶ୍ୱର 13/02 ଆସନ୍ତା କାଲି ଭାଲେଣ୍ଟାଇନ ଡେ ବା ପ୍ରେମ ଦିବସ. ଏହି ଦିବସ କୁ ଯୁବ ପିଢ଼ି ପାଶ୍ଚାତ୍ୟ ସଭ୍ୟତା ଆପଣାଇ ଭାଲେଣ୍ଟାଇନ ଡେ ପାଳନ କରିଥାନ୍ତି. କିନ୍ତୁ ଏହି ଦିବସ ର ଅର୍ଥ ପ୍ରେମ କର କିନ୍ତ ସେହି ମାନଙ୍କୁ ପ୍ରେମ କର ଯିଏ କି ଆମ ଦେଶ ପାଇଁ ସହିଦ ହୋଇଛନ୍ତି ବା ଦେଶ ର ହିତ ପାଇଁ କାର୍ଯ୍ୟ କରିଥାନ୍ତି. ଏଥିପାଇଁ ଭୁବନେଶ୍ୱର ଜୟଦେବ ଭବନ ରେ ଆଜି ସନ୍ଧ୍ୟା ରେ ଟାଇମ ଟୁ ସାଇନ ପକ୍ଷରୁ ନିଆରା ଢଙ୍ଗ ରେ ପାଳିତ ହୋଇଛି " ସଲାମ " କାର୍ଯ୍ୟକ୍ରମ. ଟାଇମ ଟୁ ସାଇନ ର ମୁଖ୍ୟ ସଂଯୋଜିକା ଲିନା ନନ୍ଦିତା ପରିଡା ଙ୍କ ପୌରାହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୁବ ଉଦ୍ୟୋଗପତି ରମେଶ ପଣ୍ଡା, ସଂମ୍ମାନିତ ଅତିଥି ଭାବେ ପୂର୍ବତନ ଆର୍ମି କମାଣ୍ଡର ଡ଼ ମେଜର କଳ୍ପନା ଦାଶ, ୱାଇଙ୍ଗ କମାଣ୍ଡର ପିକେ ବସ୍ତିଆ, ଯୋଗଗୁରୁ ତଥା ପ୍ରଫେସର ଡ଼ ସୁଶୀଲ କୁମାର ପଟ୍ଟନାୟକ, ଫ୍ଲାଇଟ୍ ଲେଫ୍ଟନାଣ୍ଟ ଡ଼. ମିହିର ରଞ୍ଜନ ଶରଣ ଏୟାର ୱିଇଙ୍ଗ୍ ଏନସିସି ଅଫିସର ତଥା ( ମହର୍ଷି ଡେୟାର୍ ଡେଭିଲ୍) ର ପ୍ରତିଷ୍ଠାତା, ଯୋଗଦେଇ ଟାଇମ ଟୁ ସାଇନ ର ଏଭଳି ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଥିଲେ.ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଯୁବ ପିଢ଼ି କୁରାସ୍ତା ଛାଡି ଆର୍ମି ୱିଇଙ୍ଗ୍ , ନାଭାଲ ୱିଇଙ୍ଗ୍ ଓ ଏୟାର ୱିଇଙ୍ଗ୍ ରେ ଯୋଗ ଦେବାକୁ ଇଛା ପ୍ରକାଶ କରିବାରେ ପ୍ରେରଣା ଦେବ ଓ ଦେଶ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇବେ ବୋଲି ଅତିଥି ମାନେ ମତ ରଖିଥିଲେ.ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ଜାତୀୟ ସଂଗୀତ ରୁ ଆରମ୍ଭ ହୋଇଥିଲା. ଏହାପରେ ଦେଶରେ ପୁଲୱାମା ଆକ୍ରମଣ ରେ ପାଇଁ ସହିଦ ହୋଇଥିବା 40 ଜଣ ବୀର ଯବାନଙ୍କ ଉଦେଶ୍ୟରେ ନିରବ ପ୍ରାଥନା କରାଯାଇଥିଲା.ଏହି ଅବସରେ ଦେଶ ପାଇଁ ଅହରହ ଉଦ୍ୟମ କରୁଥିବା ସମାଜସେବୀ, ସାମ୍ବାଦିକ, ଯବାନ, ଏନସିସି ରେଡ଼କ୍ରସ, ଏନଏନଏସ ଓ ସ୍କାଉଟ ଗାଇଡ଼ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା. ଶେଷରେ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିବା. କାର୍ଯ୍ୟକ୍ରମ କୁ ବାବୁ ରାଜା ପରିଚାଳନା କରିଥିଲେ l