ଡେପୁଟେସନ୍‌ରେ ଚାର୍ଲିଛି ମହିଳା ସହାୟତା କେନ୍ଦ୍ର ପୁରୁଷ ଉଠାଉଛନ୍ତି ଫୋନ୍, ମନକଥା ଖୋଲି କହିପାରୁନାହାନ୍ତି ମହିଳା

ଡେପୁଟେସନ୍‌ରେ ଚାର୍ଲିଛି ମହିଳା ସହାୟତା କେନ୍ଦ୍ର ପୁରୁଷ ଉଠାଉଛନ୍ତି ଫୋନ୍, ମନକଥା ଖୋଲି କହିପାରୁନାହାନ୍ତି ମହିଳା

ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର)ପଛୁଆ ଜିଲ୍ଲା ମାଲକାନଗିରି ରେ

ମହିଳା ସହାୟତା କେନ୍ଦ୍ର ଘୋର ଅବ୍ୟବସ୍ଥାରେ ଚାଲିଛି। ନିଜସ୍ବ କର୍ମଚାରୀ ନଥିବାରୁ ମିସନ୍ ଶକ୍ତିରୁ ଦୁଇ କର୍ମଚାରୀଙ୍କୁ ଡେପୁଟେସନ୍‌ରେ ଆଣି ଜିଲ୍ଲାର ୧୮୧ କଲ୍ ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଛି। ସକାଳେ ଜଣେ ମହିଳା ଓ ଉପରବେଳା ଜଣେ ପୁରୁଷ କର୍ମଚାରୀ ରେ କେନ୍ଦ୍ର ଚାଲିଛି। ସହାୟତା ପାଇଁ କୌଣସି ମହିଳା ସେଣ୍ଟରକୁ ଫୋନ୍ କଲେ ଆସିଲେ ଜଣେ ପୁରୁଷ ଉଠାଉ ଥିବାରୁ ନିଜ ମନକଥା ଓ ସମସ୍ୟା ଖୋଲି କହିପାରୁନାହାନ୍ତି ମହିଳା | ସମସ୍ୟା କହିବାକୁ ମହିଳାଙ୍କ ଭରସା ଅଣ୍ଟୁନି ସୂଚନା ମୁତାବକ, ୨୦୨୫-୨୬ ବର୍ଷରେ ୧୮୧ କଲ ସେଣ୍ଟର୍‌କୁ ସିଧାସଳଖ ଭାବେ ମାତ୍ର ୧୦ରୁ ୧୨ଟି କଲ୍ ଆସିଥିବା ରେକର୍ଡ ରହିଛି । ଥାନାକୁ ଆସିଥିବା ସହାୟତା ଫୋନ୍ କଲ୍‌କୁ ମିଶାଇ ମୋଟ ୫୬ଟି କଲ୍ ପଞ୍ଜୀକୃତ ହୋଇଛି। କୌଣସି ମାସରେ ହାରାହାରି ଗୋଟିଏ ବି କଲ୍ ଆସୁନଥିବା ବେଳେ କେଉଁ ମାସରେ ଗୋଟିଏ କିମ୍ବା ଦୁଇଟି କଲ୍ ଆସୁଥିବା ମଧ୍ୟ ରେକର୍ଡ ଆସୁଛି । ୧୮୧ କଲ୍ ସେଣ୍ଟର୍‌ ସମ୍ପର୍କରେ ମାଲକାନଗିରି ଜିଲ୍ଲାର ମହିଳା ସଚେତନ ନଥିବାରୁ ଏବଂ ଅଧିକାଂଶ ନିରକ୍ଷର ଥିବାରୁ ସହାୟତା ସମ୍ପର୍କିତ କଲ୍ ଆସୁନଥିବା ଆଉ ଏକ କାରଣ। ସରକାରୀ ଗାଇଡ୍‌ଲାଇନ୍ ମୁତାବକ ୧୮୧ କଲ୍ ସେଣ୍ଟର୍‌ରେ ପ୍ରତ୍ୟେକରେ ଦୁଇ କେସ୍ ୱାର୍କର, ଜଣେ ଜିଲ୍ଲା ସଂଯୋଜକ, ଜଣେ କାଉନସେଲର, ଦୁଇ ସୁପରଭାଇଜର୍, ଦୁଇ ଜଣ କଲ୍ ଆସିଷ୍ଟାଣ୍ଟ୍‌, ଏପରି ମୋଟ ୮ ଜଣ ବି ନିଜସ୍ବ କର୍ମଚାରୀ ନାହାନ୍ତି । ୨୦୨୬ ଏପ୍ରିଲରେ ୧୪ଟି କଲ୍ ଆସିଥିବା ବେଳେ ସେଥିରୁ ଅଧିକାଂଶ ଥାନା ମାଧ୍ୟମରେ ହିଁ ଆସି ପଞ୍ଜୀକୃତ ହୋଇଛି। ସବୁଠୁ ବଡ଼ ସମସ୍ୟା ହେଲା, ସହାୟତା ପାଇଁ କୌଣସି ମହିଳା ଏହି କେନ୍ଦ୍ରର ସହଯୋଗ ଲୋଡ଼ିଲେ କର୍ମଚାରୀ ନଥିବାରୁ ୱାନ୍ ଷ୍ଟପ୍ ସେଣ୍ଟର୍‌ କିମ୍ବା ପୁଲିସର ସହାୟତା ନେବାକୁ କୁହାଯାଉଛି। ପୂର୍ବରୁ ଏହି କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦହୋଇ ପଡ଼ିଥିବା ବେଳେ ୨୦୨୫ ଅଗଷ୍ଟରୁ ଦୁଇ ଜଣଙ୍କୁ ଡେପୁଟେସନରେ ଆଣିଛନ୍ତି। ଜିଲ୍ଲା ପ୍ରଶାସନ ସ୍ଥାୟୀ କର୍ମଚାରୀ ନିଯୁକ୍ତି ଦେଇ ୧୮୧ କଲ୍ ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।