ଅନାସ୍ଥା ପ୍ରସ୍ତାବ ନେଇ ବିଜେଡି-କଂଗ୍ରେସ ମଧ୍ୟରେ ତର୍ଜମା, ବିଜେଡି ଦେଲା ବଡ ସଙ୍କେତ I

ଅନାସ୍ଥା ପ୍ରସ୍ତାବ ନେଇ ବିଜେଡି-କଂଗ୍ରେସ ମଧ୍ୟରେ ତର୍ଜମା, ବିଜେଡି ଦେଲା ବଡ ସଙ୍କେତ I

ଅନାସ୍ଥା ପ୍ରସ୍ତାବ ନେଇ ବିଜେଡି-କଂଗ୍ରେସ ମଧ୍ୟରେ ତର୍ଜମା, ବିଜେଡି ଦେଲା ବଡ ସଙ୍କେତ I

ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ଉତ୍ତେଜନାପୂର୍ଣ୍ଣ ହୋଇ ପଡ଼ିଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଅନାସ୍ଥା ପ୍ରସ୍ତାବ ଘୋଷଣାକୁ ଜବାବ ଦେଇ ବିଜୁ ଜନତା ଦଳ (ବିଜେଡି) ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ନେଇ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇନାହିଁ।

ସେ ସ୍ପଷ୍ଟ କରିଛନ୍ତି, 'ବିଧାନସଭାର ଅଧିବେଶନ ନୋଟିଫିକେସନ ହେବା ପରେ ବିଧାୟକ ଦଳର ବୈଠକରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।'

ମିଶ୍ର ଆହୁରି କହିଛନ୍ତି, 'ବିଜେଡି ସର୍ବଦା ମହିଳାମାନଙ୍କ ପାଇଁ ଲଢ଼ିଆସିଛି ଏବଂ ନାରୀ ନିର୍ଯାତନାକୁ ସବୁବେଳେ ନିନ୍ଦା କରିଛି। ବାଲେଶ୍ବର ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ଆମେ ଏହାର ନ୍ୟାୟିକ ତଦନ୍ତ ଦାବି କରୁଛୁ।'

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି....

ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ୍‌ ମିଟ୍‌ରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, 'ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ଅତ୍ୟନ୍ତ ଲଜ୍ଜାଜନକ। ଆମେ ସମସ୍ତେ ଏହା ନେଇ ଲଜ୍ଜିତ, କିନ୍ତୁ ଦୁଃଖର ବିଷୟ ଯେ ରାଜ୍ୟ ସରକାର ଏ ନେଇ ଲଜ୍ଜିତ ନୁହନ୍ତି।' ସେ ଅଭିଯୋଗ କରିଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ନୀରବ ଦ୍ରଷ୍ଟା ଭୂମିକାରେ ରହିଛନ୍ତି ଏବଂ ମହିଳା କମିଶନ ଗଠନ କରିବାରେ ବିଫଳ ହୋଇଛନ୍ତି। 

ଦାସ ଆହୁରି କହିଛନ୍ତି, 'ଯଦି ବିଜେଡି ନାରୀ ନ୍ୟାୟ ପାଇଁ ଆନ୍ତରିକତା ସହ ଲଢ଼ୁଛି, ତେବେ ସେମାନେ ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ, ଆମେ ତାହାକୁ ସମର୍ଥନ ଦେବୁ। ନଚେତ୍‌, ଆମେ ନିଜେ ଅନାସ୍ଥା ପ୍ରସ୍ତାବ ଆଣିବୁ ଏବଂ ବିଜେଡି ତାହାକୁ ସମର୍ଥନ ଦେଉ।'