ଜିଲ୍ଲା ପୋଲିସ ପକ୍ଷରୁ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ।   

ଜିଲ୍ଲା ପୋଲିସ ପକ୍ଷରୁ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ।   

ଜିଲ୍ଲା ପୋଲିସ ପକ୍ଷରୁ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ।                               

କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଥିବା ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଆଜି ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସେଥିଲାଗି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶାଲକର ଦାଗୁଡୁ ଯୋଗ ଦେଇଥିଲେ। ପୋଲିସ ବାହିନୀର ମିଳିତ ପ୍ୟାରେଡ ସେ ନିରୀକ୍ଷଣ କରି ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବାହିନୀ ପକ୍ଷରୁ ସୁନ୍ଦର ପ୍ୟାରେଡ ସହ ବ୍ୟାଣ୍ଡ ପ୍ରଦର୍ଶନ କରା ଯାଇଥିଲା। ସଭାରେ ଉଦବୋଧନ ଦେଇ ଏସପି ଶ୍ରୀ ଦାଗୁଡୁ ଜିଲ୍ଲାରେ ପୋଲିସର ଇତିହାସ ଓ ଦକ୍ଷତା ସମ୍ପର୍କରେ କହିଥିଲେ। କେନ୍ଦୁଝର ପୋଲିସ ଜନତାଙ୍କ ସାଥୀ ହୋଇ ଅନେକ ସଫଳତା ପାଇଛି ଅପରାଧ ନିୟନ୍ତ୍ରଣ ସଫଳତା ବୃଦ୍ଧି ପାଉଛି। ପୋଲିସ ଆଧୁନିକରଣ ସଫଳତାର ସହ କରାଯାଇ ଦକ୍ଷତା ବୃଦ୍ଧି କରାଯାଇଛି। ସାଇବର ଅପରାଧ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ଲାଗି ୧୧୨ ନଂ ଉପଯୋଗ କରି ପୋଲିସ ସହାୟତା ନିଆ ଯାଇ ପାରୁଛି। ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ଲାଗି କେନ୍ଦୁଝର ପୋଲିସ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ସମସ୍ତେ ପୋଲିସକୁ ନିଜର ଭାବି ସହାୟତା ଲୋଡ଼ି ସାହାଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ଜିଲ୍ଲା ପୋଲିସ ବାହିନୀର ଯୋଗ ଦେଇ ଉତ୍କୃଷ୍ଟ ସେବା କରିଥିବା କର୍ମଚାରୀଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ପୋଲିସ କର୍ମଚାରୀ, ପୂର୍ବତନ ପୋଲିସ କର୍ମଚାରୀ ଓ ସାଧାରଣ ଜନତା ଯୋଗ ଦେଇଥିଲେ। କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀ ଏଚ ଡି ଧନରାଜ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ସଭାରେ ଉପସ୍ଥିତ ଥିଲେ। ସଭା ପରେ ଏସପି ପୋଲିସ କର୍ମଚାରୀ ପରିବାର ସହ ମିଶି ଅସୁବିଧା ସୁବିଧା ବୁଝିଥିଲେ। ଆଜି ବିଶେଷ ଦିନ ପୋଲିସ ପ୍ରତିଷ୍ଠା ଦିବସ ଲାଗି ସମସ୍ତ ପୋଲିସ ବାହିନୀ ଚଳଚଞ୍ଚଳ ହୋଇ ପଡ଼ିଥିବା ଦେଖାଯାଇଥିଲା। କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ସୁଢଳ କୁମାର ସେଠୀ ଙ୍କ ରିପୋର୍ଟ୍ ବିଶେଷ ଖବର l