ଅବକାରୀ ଓ ପୋଲିସ ବିଭାଗର ମଧୁ ଚନ୍ଦ୍ରିକରେ ଗ୍ରାମାଞ୍ଚଳରେ ବେଧଡ଼କ ଚାଲିଛି ଚୋରା ମଦ ବେପାର।

ଅବକାରୀ ଓ ପୋଲିସ ବିଭାଗର ମଧୁ ଚନ୍ଦ୍ରିକରେ ଗ୍ରାମାଞ୍ଚଳରେ ବେଧଡ଼କ ଚାଲିଛି ଚୋରା ମଦ ବେପାର।

ଅବକାରୀ ଓ ପୋଲିସ ବିଭାଗର ମଧୁ ଚନ୍ଦ୍ରିକରେ ଗ୍ରାମାଞ୍ଚଳରେ ବେଧଡ଼କ ଚାଲିଛି ଚୋରା ମଦ ବେପାର। ମାଥିଲି, ୨୩/୦୯/ରାଜ୍ୟ ସରକାର ଚୋରା ମଦ ବିକ୍ରି କରୁଥିବା ବ୍ୟବସାୟୀ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଡା ନିୟମ କରିଛନ୍ତି।କିନ୍ତୁ ସରକାରୀ ବଡ଼ ବାବୁ ମାନେ ଶୀତ ତାପ ନିୟନ୍ତ୍ରଣ କାର୍ଯ୍ୟାଳୟ ରେ ବସି ନିୟମ କରୁଛନ୍ତି।କିନ୍ତୁ ସେହି ନିୟମ କୁ ତୃଣମୂଳ ସ୍ଥରରେ ଅଧିକାରୀ ମାନେ ଫୁ କରି ଗ୍ରାମାଞ୍ଚଳର ମଦ ବ୍ୟବସାୟ ଙ୍କ ଠାରୁ ମୋଟା ଅଙ୍କର ମାସିକିଆ ଚାନ୍ଦା ଆଦାୟ କରି ନିରବ ଦ୍ରଷ୍ଟା ସାଜିଛନ୍ତି।ଯାହା ଫଳରେ ଗ୍ରାମାଞ୍ଚଳରେ ବେଧଡକ ଚାଲିଛି ମଦ ବ୍ୟବସାୟ।ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଭେଜାଗୁଡା ପଞ୍ଚାୟତ ଅନ୍ତର୍ଗତ କୁପୁଲିଗୁଡା ଗ୍ରାମରେ ଏକ ତେଜରାତି ଦୋକାନ ରେ ବେଧଡକ ଚାଲିଛି ବିଦେଶୀ ଚୋରା ମଦ ବ୍ୟବସାୟ।ଚୋରା ରେ ବ୍ୟବସାୟ କରୁଥିବା ବେପାରୀ ଙ୍କୁ ପଚାରିବାରୁ ସେ ସିଧାସଳଖ କହିଲେ ମୁଁ ଅବକାରୀ ଓ ପୋଲିସ କର୍ମଚାରୀ ମାନଙ୍କୁ ମାସିକିଆ ଚାନ୍ଦା ଦେଇ ମଦ ବିକୁଛି।ମୋର କିଏ କଣ କରିବ ବୋଲି ଆମକୁ କହିଥିଲେ।କଥାରେ ଅଛି ବାଡ଼ ଯଦି ଫସଲ ଖାଇବ ତାହେଲେ କିଏ ଅବା କଣ କରିବ।ମଦ ବ୍ୟବସାୟୀଙ୍କ ପାଖରୁ ମାସିକିଆ ଚାନ୍ଦା ଆଣି ଯଦି ଚୋରା ମଦ ବ୍ୟବସାୟୀ ମାନଙ୍କୁ ପ୍ରୋତ୍ସାହନ ଦେବ ବିଭାଗୀୟ ଅଧିକାରୀ ମାନେ ତାହେଲେ କିଏ ଅବା କଣ କରି ପାରିବ।ଚୋରା ମଦ ବ୍ୟବସାୟୀ ଙ୍କ ଘର ଉପରେ ବୁଲଡୋଜର ଚାଲିବ ବୋଲି ସରକାର ଯେଉଁ ନିୟମ କରିଛନ୍ତି ସେ ନିୟମ କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏ ବିଷୟରେ ଆମେ ମାଥିଲି ଅବକାରୀ ବିଭାଗର ଏଏସଆଇ ସୁରେନ୍ଦ୍ର ମାଝୀ ଙ୍କୁ ପଚାରିବାରୁ କୁପୁଲିଗୁଡ଼ାରେ କିଏ ମଦ ବିକୁଛି ଆମ ପାଖରେ ଖବର ନାହିଁ।ଆମେ କହିଲୁ ଯିଏ ମଦ ବିକ୍ରି କରୁଛି ସେ ସିଧାସଳଖ ଆମକୁ କହୁଛି ମୁଁ ଅବକାରୀ ଓ ପୋଲିସ କର୍ମଚାରୀ ଙ୍କୁ ମାସିକିଆ ଚାନ୍ଦା ଦେଉଛି।ଏଏସଆଇ ଶ୍ରୀ ମାଝୀ ମାସିକିଆ ଚାନ୍ଦା ଆଦାୟ କଥାକୁ ସିଧାସଳଖ ଖଣ୍ଡନ କରିବା ସହିତ ସେହି ଠାରେ ଯିଏ ମଦ ବିକ୍ରି କରୁଛି ତାର ମଦ ଜବତ କରିବା ସହିତ ତାକୁ ଗିରଫ କରିବୁ ବୋଲି ଆମକୁ କହିଥିଲେ।କିନ୍ତୁ ଆମେ ପଚାରିବା ଚାରି ଦିନ ବିତିଯାଇଥିଲେ ମଧ୍ୟ ଅବକାରୀ ବିଭାଗ ତରଫରୁ ନା ଚୋରା ମଦ ଜବତ କରିଛି ନା ଚୋରା ମଦ ବ୍ୟବସାୟୀ କୁ ଗିରଫ କରିଛି।ଯାହା ଜଣାପଡୁଛି ଚୋରା ମଦ ବ୍ୟବସାୟୀ ଯାହା କହୁଥିଲା ତାହା ସତ୍ୟ।ଚୋରା ମଦ ବ୍ୟବସାୟୀ ଓ ପୋଲିସ ବିଭାଗର ମଧୁ ଚନ୍ଦ୍ରିକାରେ ବେଧଡକ ଚୋରା ମଦ ବ୍ୟବସାୟୀ କରୁଛି ସମ୍ପୃକ୍ତ ବ୍ୟବସାୟୀ ଜଣଙ୍କ।ଏହାକୁ ଜିଲ୍ଲା ଅବକାରୀ ଓ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ବିକ୍ରି ହେଉଥିବା ଚୋରା ମଦ ଜବତ କରିବା ସହିତ ବ୍ୟବସାୟୀ ଙ୍କୁ ଗିରଫ ଓ ବିଭାଗୀୟ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବହୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ମାଲକାନଗିରି ମାଥିଲି ରୁ ଶିବ ପ୍ରସାଦ ପରିଛା ବିଶେଷ ଖବର