ଅବସର କାଳୀନ ସମ୍ବର୍ଦ୍ଧନା ସଭା
ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଣ୍ଟା ପ୍ରାଥମିକ ବିଦ୍ୟାଳୟଠାରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା କୁମାରୀ ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି. ଉକ୍ତ ଉତ୍ସବରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ପରିଡା ସଭାପତିତ୍ୱ କରିଥିଲେ. ପଟ୍ଟାମୁଣ୍ଡାଇ ଶିକ୍ଷ୍ୟା ମଣ୍ଡଳର ଉପଶିକ୍ଷ୍ୟାଧିକାରିଣୀ ସୁନିତ କୁମାରୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଗାଲେଖ ବିହାରୀ ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ମଲ୍ଲିକ, crcc ସଂଘମିତ୍ରା ନାୟକ, ପ୍ରେମବାଳା ମହାପାତ୍ର,ସହକାରୀ ଶିକ୍ଷୟିତ୍ରୀ ସଞ୍ଜୁଲତା ପଣ୍ଡା,କମିଟିର ସଭ୍ୟ ଓ ସଭ୍ୟା ବନିତା ରାଉତ, ଜୟଶ୍ରୀ ସାମଲ, ସଂଘମିତ୍ରା ସେଠି, ମିତାରାଣୀ ଦାସ,ରଶ୍ମିରେଖା ମଳିକ, ସଞ୍ଜୁଲତା ଦାସ,ଦୀପକ ସେଠି, ପ୍ରଦୀପ ମଳିକ, ମନୋଜ ଦାଶ, ଶାନ୍ତିଲତା ଦାସ ଯୋଗ ଦେଇ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ କାର୍ଯ୍ୟ କାଳ ମଧ୍ୟରେ ବିଦ୍ୟାଳୟର ଉନ୍ନତିକରଣ ତଥା କୁନି କୁନି ପିଲାମାନଙ୍କୁ ସ୍ନେହ ମମତା ଡୋରିରେ ଶିକ୍ଷ୍ୟାଦାନ କରିବା ଉପରେ ଆଲୋକ ପାତ କରିଥିଲେ. ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପମଞ୍ଜରୀ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ. ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ.
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
