ବୌଦ୍ଧରେ କlଳ ସାଜିଲା କାଳବୈଶାଖୀ

ବୌଦ୍ଧରେ କlଳ ସାଜିଲା  କାଳବୈଶାଖୀ

ବୌଦ୍ଧ:୧/୫:ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାହ୍ନ ସମୟରେ କାଳବୈଶାଖୀ ତାଣ୍ଡବ ରଚିଛି l ହଠାତ୍ କଳାହାଣ୍ଡିଆ ମେଘ ମାଡ଼ି ଆସିବା ସହିତ ପ୍ରବଳ ବେଗରେ ପବନ ବହିଥିଲା l ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଏବଂ ଗଛ ଡାଳ ମାଡ଼ିବସିଥିବl ଦେଖିବାକୁ ମିଳିଥିଲା l ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବା ସହିତ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିବା ହେତୁ ବିଦ୍ୟୁତ୍ ସରବରାହ କିଛି ଘଣ୍ଟା ପାଇଁ ବ୍ୟlଧିତ ହୋଇଥିଲା l ସେପଟେ ବୌଦ୍ଧ ସହରର ଦାନି ସାହିରେ ଥିବା ସୁବୋଧ ଚନ୍ଦ୍ର ଦାନୀ ଓ ପ୍ରହଲ୍ଲାଦ ଅଗ୍ରୱାଲ ଙ୍କ ବାସ ଭବନ ଉପରେ ଏକ ବିଶାଳ ପିପ୍ପଳ ଗଛ ମାଡ଼ି ବସିଥିଲା l କିନ୍ତୁ ସୌଭାଗ୍ୟ ବଶତଃ ଏଥିରେ କେହି କିଛି ହୋଇନଥିବା ଜଣାପଡିଛି l ତେବେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପିପ୍ପଳ ଗଛର ଡାଳ କାଟିବା ପରେ ଡାଳ ଭାଙ୍ଗି ଅବରୋଧ ହୋଇଥିବା ରାସ୍ତାରେ ଚଳାଚଳ ସ୍ୱାଭାବିକ ହୋଇଥିଲା l ଘଟଣା ସ୍ଥଳରେ ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ ଓ ବୌଦ୍ଧ ଗଡ ରାଜସ୍ୱ ଇନ୍ସପେକ୍ଟର ଉପସ୍ଥିତ ରହି କାର୍ଯ୍ୟକୁ ତଦାରଖ କରିଥିଲେ l