ଅଲୋଷ୍ଟl ର ଦୁଇ ଦିନିଆ ସlମ୍ବିଧାନିକ ସମ୍ମିଳନୀ ଉଦଯାପିତ ହ୍ୟାଟ୍ରିକ ବନାଇଲେ ସାଧାରଣ ସମ୍ପାଦକ.

ଅଲୋଷ୍ଟl ର ଦୁଇ ଦିନିଆ ସlମ୍ବିଧାନିକ ସମ୍ମିଳନୀ ଉଦଯାପିତ  ହ୍ୟାଟ୍ରିକ ବନାଇଲେ ସାଧାରଣ ସମ୍ପାଦକ.

ଅଲୋଷ୍ଟl ର ଦୁଇ ଦିନିଆ ସlମ୍ବିଧାନିକ ସମ୍ମିଳନୀ ଉଦଯାପିତ ହ୍ୟାଟ୍ରିକ ବନାଇଲେ ସାଧାରଣ ସମ୍ପାଦକ ନୟାଗଡ ୭/୬ (ଅଶୋକ କୁମାର ସାଥୁଆ )ଦୁଇ ଦିନ ଧରି ଚାଲିଥିବା ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ ( ଆଲୋଷ୍ଟା ) ର ୩୨ ତମ ରାଜ୍ୟ ସ୍ତରୀୟ ଦୁଇ ଦିନିଆ ସମ୍ବିଧାନିକ ସମ୍ମିଳନୀ ଓ ଶିକ୍ଷକ ଗୌରବ ବନମାଳୀ ବ୍ରାହ୍ମଚାରୀ ଙ୍କ ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଆଲୋଚନା ଚକ୍ର ଉଦଯାପିତ ହୋଇଯାଇଛି l ଏଥିରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନିର୍ବାଚନ ପ୍ରକ୍ରିୟା ରେ ପୁରୀ ଜିଲ୍ଲା ର ସୁକାନ୍ତ କୁମାର ବେହେରା ୩ୟ ଥର ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି l ସେହିପରି ସଭାପତି ଭାବେ ଯାଜପୁର ର ନିର୍ମଳl ପଣ୍ଡା ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଜୟ ପ୍ରକାଶ ପଣ୍ଡା, କବିରାଜ ବିଶ୍ୱାଳ ଏବଂ ଧନେଶ୍ୱର ପାତ୍ର ନିର୍ବାଚିତ ହୋଇଛନ୍ତି l ଯୁଗ୍ମ ସାଧାରଣ ସମ୍ବାଦକ ଭାବେ ଯୁଧିଷ୍ଠିର ପ୍ରଧାନ, କୋଷାଧକ୍ଷ ସୁଦର୍ଶନ ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ମୁଖ୍ୟ ଉପଦେଷ୍ଟା ଭାବେ ଜଗବନ୍ଧୁ ଜେନା ଏବଂ ଉପମୁଖ୍ୟ ଉପଦେଷ୍ଟା ଭାବେ ବିକ୍ରମ କୁମାର ଦାସ l ଚଳିତ ବର୍ଷ ଅନୁଷ୍ଠିତ ଏହି ନିର୍ବାଚନ ରେ ରାଜ୍ୟସ୍ତରୀୟ କର୍ମ କର୍ତ୍ତା ଭାବେ ୭ ଜଣ ଉପସଭାପତି, ୯ ଜଣ ଯୁଗ୍ମସମ୍ପାଦକ, ୨ ଜଣ ସବ ଏଡିଟର ଏବଂ ୨ ଜଣ ଉପଦେଷ୍ଟା ରହିଛନ୍ତି l ଆଗାମୀ ୩ ବର୍ଷ ପାଇଁ ଏହି କର୍ମ କର୍ତ୍ତା କାର୍ଯ୍ୟ କରିବେ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି l ସୂଚନା ଯୋଗ୍ୟ ଯେ ଗତ ୨ ଦିନ ଧରି ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ତଥା ଏସ,ଏ, ସୋଲେମାନ ମଣ୍ଡପ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ର ଉଦଘାଟନି ଦିବସ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡ଼.ଅରୁଣ କୁମାର ସାହୁ ଯୋଗଦାନ କରି ଶ୍ରୀ ଜଗନ୍ନାଥ ଙ୍କ ଫଟ ଚିତ୍ର ରେ ଧୂପ ପୁଷ୍ପ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ l ସଭାପତି ବିକ୍ରମ କୁମାର ଦାସ ଙ୍କ ପରୋହିତ୍ୟ ରେ ଆୟୋଜିତ ଏହି ଉଦଘାଟନ ସଭାରେ ଅନ୍ୟତମ ଅତିଥି ଭାବେ ଏସ ଟି ଏଫ ଆଇ ଯୁଗ୍ମ୍ମ ସମ୍ପାଦକ ସୁକୁମାର ସେନ,ଶିକ୍ଷକ ନେତା ସୁରେନ୍ଦ୍ର କୁମାର ଜେନା, ସମାଜ ସେବୀ ବିଶ୍ଵନାଥ ମହାପାତ୍ର ଏବଂ ଉପଦେଷ୍ଟା ଜଗବନ୍ଧୁ ଜେନା ପ୍ରମୁଖ ଯୋଗଦାନ କରି ପ୍ରାଥମିକ ସ୍ତର ରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ନିଯୁକ୍ତ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟl ସମ୍ପର୍କ ରେ ଆଲୋଚନା କରିଥିଲେ l ଅଲୋଷ୍ଟ ସାଧାରଣ ସମ୍ପାଦକ ଅତିଥି ପରିଚୟ ପ୍ରଦାନ ଏବଂ ବାର୍ଷିକୀ ବିବରଣୀ ପାଠ କରିଥିଲେ l ସେହିପରି ଦ୍ୱିତୀୟ ଦିବସ ଅଧିବେଶନ ରେ ଏକ ଶିକ୍ଷା ସେମିନାର 'ଓଡିଶା ରେ ମିଳିତ ଶିକ୍ଷକ ଆନ୍ଦୋଳନ ଏବଂ ଏହାର ପ୍ରଭାବ ' ସମ୍ପର୍କ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ଆଲୋଚକ ଭାବେ ରାଜ୍ୟ ଓଷ୍ଟl ସଭାପତି ଅକ୍ଷୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ଏସ. ଟି.ଏଫ ଆଇ ଉପସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି, ୬୬୨ ବର୍ଗ କଲେଜ ଶିକ୍ଷକ ଏବଂ କର୍ମଚାରୀ ସଙ୍ଘ ସଭାପତି ଗୋଲକ ନାୟକ, ୪୪୮ ବର୍ଗ ଅଧ୍ୟାପକ ଓ କର୍ମଚାରି ସଙ୍ଘ ସଭାପତି ପବିତ୍ର କୁମାର ମହଲା ପ୍ରମୁଖ ଅଂଶ ଗ୍ରହଣ କରି ମିଳିତ ଶିକ୍ଷକ ଆନ୍ଦୋଳନ ଦ୍ଵାରା ହିଁ ସରକାର ଠାରୁ ଦାବି ହାସଲ ସମ୍ଭବ ବୋଲି ମତବ୍ୟକ୍ତ କରିବା ସହିତ ଶିକ୍ଷକ ସମାଜ ଏକ ଜୁଟ ହୋଇ ରହିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ସ୍ବର୍ଗତ ବନମାଳୀ ବ୍ରହ୍ମଚାରୀ, ଅବନିବରାଳ ଏବଂ ଏସ.ଏ.ସୋଲେମାନ ଙ୍କ ନୀତି ଆଦର୍ଶ ରେ ସମସ୍ତ ଶିକ୍ଷକ ସଂଗଠନ ଅନୁପ୍ରାଣିତ ହେବା ପାଇଁ ମତ ପ୍ରକାଶ ପାଇଥିଲା l ଅନ୍ତିମ ଅଧିବେଶନ ରେ ପୁରାତନ କମିଟି କୁ ଭଙ୍ଗା ଯାଇ ନୂତନ କମିଟି ଗଠନ କରାଯାଇ ନବ ନିର୍ବାଚିତ କର୍ମ କର୍ତ୍ତା ଏବଂ ସଦସ୍ୟ ମାନଙ୍କ ଶପଥ ପାଠ କରାଯାଇଥିଲା l ଶେଷ ରେ ସଂଘୀୟ ପତାକା ଅବତରଣ ସହିତ ସମ୍ମିଳନୀ ଉଦଯାପିତ ହୋଇଥିଲା l ଦୁଇ ଦିନିଆ ଏହି ରାଜ୍ୟ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ରେ ରାଜ୍ୟ ରେ ସମସ୍ତ ୩୦ ଟି ଜିଲ୍ଲା ରୁ ୧000 ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ l