ଏମ୍.ଭି -୯୬ଗ୍ରାମରେଠାରେ ୭୧ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି

ଏମ୍.ଭି -୯୬ଗ୍ରାମରେଠାରେ ୭୧ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି

ଏମ୍.ଭି -୯୬ଗ୍ରାମରେଠାରେ ୭୧ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି l କାଲିମେଳା:ମୋଟୁ ବନାଞ୍ଚଳର ଏମଭି -୯୬ ଠାରେ ୭୧ ତମ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ କରାଯାଇଥିବା ବେଳେ ଆଜି ଶେଷ ଦିନ ଅବସରରେ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବନ୍ୟପ୍ରାଣୀ ଏବଂ ଜଙ୍ଗଲ ସୁରକ୍ଷା ଉପରେ ଏଠାରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରତ୍ୟେକ ସ୍ତରରୁ ବନ୍ୟପ୍ରାଣୀ ଏବଂ ଜଙ୍ଗଲ ସୁରକ୍ଷା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି ମଞ୍ଚାଶିନ ଅତିଥି ମାନେ ସଚେତନତା କରିଥିଲେ । ତା ଛଡା କଇ୰ଚ ଚୋରା ଚାଲାଣ ନକରି ତା'ର ସୁରକ୍ଷା କରିବା । ଶୁଆଶାରୀଙ୍କୁ ଘରେ ପିଞ୍ଜରାରେ ନରଖି ପ୍ରକୃତି କୋଳରେ ଛାଡ଼ିଦେବା । ଜଙ୍ଗଲରେ ପଶି ବନ୍ୟପ୍ରାଣୀଙ୍କୁ ବେଣ୍ଟ ବା ଶିକାର ନ କରିବା ଏବଂ ଘରେ ସାପ ପଶିଲେ ଭୟରେ ତାକୁ ନମାରି ସ୍ନେକ ହେଲ୍ପ ଲାଇନ କିମ୍ବା ବନ ବିଭାଗକୁ ତୁରନ୍ତ ଜଣାଇବା ଆଦି ବିଷୟରେ ବୁଝାଇଥିଲେ । ଏ ଅବସରରେ ମୂଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ସାଇ କିରଣ ଯୋଗଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରୁ ଏସିଏଫ ମନସୁନ ଖେମୁଣ୍ଡୁ ଏବଂ ଏସିଏଫ ପ୍ରିୟଙ୍କା ମାହୁକ ରହିଥିଲେ । ଏବଂ ୬ ଜଣ ରେଞ୍ଜର ଏବଂ ଅନ୍ୟ ବନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ତାଛଡା ତିନି ଶହରୁ ଉର୍ଦ୍ଧ ସ୍ଥାନୀୟ ଲୋକେ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟରତ ମୋଟୁ ବନାଞ୍ଚଳର ବନପାଳ ମୁରଲିଧର ଅନୁଗୁଳିଆ ଭଲ କାମ କରୁଥିବା ରୁ ତାଙ୍କୁ ମାନପତ୍ର ସହ ୨୫ ହଜାର ଟଙ୍କା ଚେକ୍ ଆକାରରେ ପ୍ରଦାନ କରିଥିଲେ । ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି