ଓ .ଏସ୍.ଇ.ବି ବିଜୁଳୀ କର୍ମଚାରୀ ସଂଘର ୫୧ ତମ ବାର୍ଷିକ ସମ୍ମିଳନୀ .

ଓ .ଏସ୍.ଇ.ବି ବିଜୁଳୀ କର୍ମଚାରୀ ସଂଘର ୫୧ ତମ ବାର୍ଷିକ ସମ୍ମିଳନୀ . ପାରଳାଖେମୁଣ୍ଡି ତାରିଖ -୨୮/୦୪/୨୦୨୫ ଆଜି ସ୍ଥାନୀୟ ଟାଉନହଲ ଠାରେ ଓ.ଏସ.ଇ.ବି ବିଜୁଳି କର୍ମଚାରୀ ସଂଘର ୫୧ ତମ ବାର୍ଷିକ ଅଧିବେଶନ ସମାରୋହରେ ଅନୁଷ୍ଠିତ ହେଇଥିଲା। ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଉମବିର ରାଉତଙ୍କର ସଭାପତିତ୍ଵ ରେ ଅନୁଷ୍ଠିତ ଏହି ସମ୍ମିଳନୀ କୁ ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଦେରସନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବାଦୀ ବାଗ ପତାକା ଉତୋଳନ ଏବଂ ଫେଡରେସନ ର ଉପଦେଷ୍ଟା ଶ୍ରୀଯୁକ୍ତ ଅଭିମନ୍ୟୁଭାଟ ମିଶ୍ର ପ୍ରଦୀପ ପ୍ରୋଜ୍ୟଳନ କରି ଉଦ୍ଘାଟନ କରିଥିଲେ। ସମ୍ମୀଳନୀରେ ସ୍ଥାନୀୟ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଇଂ ରାଜେନ୍ଦ୍ର ବେହେରା ,ବିଦ୍ୟୁତ୍ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଙ୍କ ପ୍ରତିନିଧି ଈଂ ସୁଶାନ୍ତ ନାୟକ, ଇଞ୍ଜିନିୟର ସଂଘର ନେତା ଇଂ ସୁନିଲ ସ୍ୱାଇଁ , ବିଦ୍ୟୁତ୍ କର୍ମଚାରୀ ନେତା ସୁରେଶ ଚନ୍ଦ୍ର ମହାରଣା ,ଶ୍ରମିକ ମହାସଂଘ ର ଜଗନ୍ନାଥ ମହାରଣା ,ବ୍ରହପୁର ତଫସିଲ ଜାତି ୟୁନୀୟନ୍ ର କ୍ଷୀରୋଦ ସେଠୀ, AITUC ର ରଞ୍ଜନ ମହାପାତ୍ର,କୃଷକ ନେତା ଜେନା ସୁବାସ ରାଓ,ବିଦ୍ୟୁତ୍ ଶ୍ରମିକଙ୍କ ନେତା ସମ୍ଭୁପ୍ରସଦ ମହାପାତ୍ର,ରାଜେନ୍ଦ୍ର ପାଲ, ଦୂର୍ଗା ପ୍ରସାଦ ନନ୍ଦ,ସୁବାସ ବାରିକ,ଦୂର୍ଗା ପ୍ରସାଦ ମିଶ୍ର,T.ବିଜୟ ପତ୍ର, କୃପାସିନ୍ଧୁ ମୁଦୁଲି,ବସନ୍ତ ସ୍ୱାଇଁ,ଓ ଦିଲୀପ ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ। ଶତାଧିକ ବିଦ୍ୟୁତ୍ କର୍ମଚାରୀଙ୍କ ଉପସ୍ଥିତିରେ ସଂଘ ର ବାର୍ଷିକ ପାଠ ସହ ସଂଘର ଦାବି ସମୂହର ବିଚାର ଆଲୋଚନା କରାଯାଇଥିଲା।

ଓ .ଏସ୍.ଇ.ବି  ବିଜୁଳୀ କର୍ମଚାରୀ ସଂଘର ୫୧ ତମ ବାର୍ଷିକ ସମ୍ମିଳନୀ  .