ଡାଇକ-୩ ଡ଼ଙ୍ଗା ଓଲଟି ଯୁବକ ନିଖୋଜ।

ଡାଇକ-୩ ଡ଼ଙ୍ଗା ଓଲଟି ଯୁବକ ନିଖୋଜ।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧୀନ ଡାଇକ-୩ନଦିଘାଟରୁ ଆରପାରୀରେ ଥିବା ତାଲାପଦର ଗ୍ରାମକୁ ଗୋଟାଏ ଦେଶୀ ଡ଼ଙ୍ଗାରେ ଗତକାଲି ୪ଟାସମୟରେ ୪ଜଣ ଯିବା ସମୟରେ ବର୍ଷା ପବନ ଆସିବା ଫଳରେ ଭାର ସାମ୍ୟ ହରାଇ ଡ଼ଙ୍ଗାଟି ନଦୀ ମଝିରେ ଓଲଟି ପଡିଥିଲା। ଡ଼ଙ୍ଗାରେ ଥିବା ଚାରିଜଣଙ୍କ ମଧ୍ୟରୁ ୩ଜଣକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କୂଳକୁ ଫେରି ଆସିଥିବା ବେଳେ ରାମଚନ୍ଦ୍ର ପାଙ୍ଗି ନାମକ ବ୍ୟକ୍ତି ପାଣି ଭିତରେ ନିଖୋଜ ହୋଇଯାଇଥିଲେ।ଗ୍ରାମ ବାସି ବହୁ ଖୋଜା ଖୋଜି କରିବା ସହିତ କୋରୁକୋଣ୍ଡା ଅଗ୍ନିଶମ ବାହିନିକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ସୂଚନା ପାଇବା ବେଳକୁ ସନ୍ଧ୍ୟା ହୋଇଯାଇଥିବା କାରଣରୁ ଆଜି ସକାଳେ କୋରୁକୋଣ୍ଡା ଅଗ୍ନିଶମ ବିଭାଗ ଏଲ ଏଫ ଏଫ ବାସୁଦେବ ବିଶ୍ୱାଳଙ୍କ ନେତୃତ୍ୟରେ ଏକ ଟିମି ଘଟଣା ସ୍ଥଳରେ ପହଞ୍ଚି ଅଞ୍ଚଳ ବାସୀଙ୍କ ସାହାଯ୍ୟରେ ବହୁ ଖୋଜା ଖୋଜି କରିଥିଲେ। ବହୁ ସମୟ ଖୋଜା ଖୋଜି ପରେ ମଧ୍ୟ ଉକ୍ତ ବୁଡ଼ିଯାଇଥିବା ବ୍ୟକ୍ତିଙ୍କୁ ପାଇନଥିବା କାରଣରୁ ଫେରି ଆସିଥିଲେ ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର