ଓଡ଼ିଆ ପକ୍ଷ ପାଳନ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଓ ସରକାରୀ ସ୍ନାତକ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଆ ପକ୍ଷ ପାଳନ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଓ ସରକାରୀ ସ୍ନାତକ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ମାଥିଲି , ତାରିଖ ୧୩-୦୪-୨୬(ଶିବପ୍ରସାଦ ପରିଛା ବିଶେଷ ଖବର)ମାଲକାନଗିରି ଜିଲ୍ଲା ଓଡ଼ିଆ ପକ୍ଷ ପାଳନ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରି ଓ ସରକାରୀ ସ୍ନାତକ ମହାବିଦ୍ୟାଳୟ, ଚିତ୍ରକୋଣ୍ଡାଙ୍କ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଥିଲା।

ଏହି ସାମାଜିକ ସେବାମୂଳକ କାର୍ଯ୍ୟକ୍ରମରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିର ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ର ଓ ସରକାରୀ ସ୍ନାତକ ମହାବିଦ୍ୟାଳୟ, ଚିତ୍ରକୋଣ୍ଡାର ଅଧ୍ୟକ୍ଷ ଡ଼. ଚିନ୍ମୟ କୁମାର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ଏହା ସହ ଜାତୀୟ ସେବା ଯୋଜନା ଅଧିକାରୀ ଡ଼. ଦେବାଶିଷ ପାହି, ଯୁବ ରେଡକ୍ରସ୍ ଅଧିକାରୀ ଡ଼. ଚିନ୍ମୟ ମହାନନ୍ଦ, ଆଡମିନିଷ୍ଟ୍ରେଟିଭ ଭର୍ସର ଡ଼. ପ୍ରସନ୍ନ କୁମାର ବରାଳ, ଶ୍ରୀ ପ୍ରିତମ କୁମାର ମହଲା, ଶ୍ରୀ ବିଶ୍ୱନାଥ ଗୁରୁ, ଶ୍ରୀ ଗୁରୁପ୍ରସାଦ ଲେଙ୍କା, ସୁଶ୍ରୀ ମଧୁସ୍ମିତା ମେଦିନାରୀ, ସୁଶ୍ରୀ ସ୍ମାଇଲ ବୈଷ୍ଣବ, ଶ୍ରୀ ସୌଦାଗର ସିଅ, ସୁଶ୍ରୀ ପୂଜା ମହାପାତ୍ର ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ରକ୍ତ ଭଣ୍ଡାର ଅଧିକାରୀ ଡ଼. ସାଗର ସନ୍ତୋଷ ନାୟକଙ୍କ ସହଯୋଗରେ ଶିବିରଟି ସୁଚାରୁ ଭାବେ ପରିଚାଳିତ ହୋଇଥିଲା।

ଏହି ରକ୍ତଦାନ ଶିବିରରେ ସମୁଦାୟ ୧୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାରୁ ଆୟୋଜକମାନେ ସନ୍ତୋଷ ପ୍ରକାଶ କରିଥିଲେ। ଏହା ଯୁବସମାଜ ମଧ୍ୟରେ ସେବାଭାବ ଓ ସାମାଜିକ ଦାୟିତ୍ୱବୋଧକୁ ଉତ୍ସାହିତ କରିଥିବା ବୋଲି ମତ ପ୍ରକାଶ ପାଇଛି।