କଂଧମାଳ ଜିଲ୍ଲା ରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କଲେ

କଂଧମାଳ ଜିଲ୍ଲା ରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କଲେ

Anchor କନ୍ଧମାଳ ଜିଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଦାଇତ୍ୱ ଗ୍ରହଣ କରିବା ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସାମ୍ୱାଦିକ ମାନଙ୍କୁ ଡାକି ଏକ ସୌଜନ୍ୟମୂଳକ ସାକ୍ଷାତକାର କରିଥିଲେ। ଏହି ସାମ୍ୱାଦିକ ସମ୍ମିଳନୀ ରେ ବିଶେଷ କରି ମାଓବାଦୀ ସମସ୍ୟା , ଗଞ୍ଜେଇ ଚୋରାଚାଲାଣ ସହିତ ମାଫିଆମାନଙ୍କ ଉପରେ କଡ଼ା ନଜର ରଖିବା, ଯୁବପିଢି ମାନେ କିପରି ଡ୍ରଗସ ସେବନ ରୁ ଦୂରେଇ ରହିବେ, ସ୍ପିଡ୍ ବାଇକର ମାନକୁ ଉଚିତ୍ ଦଣ୍ଡ, ତତ ସହିତ ବାଇକ ଓ ମୋବାଇଲ ଚୋରି ଭଳି ବିଭିନ୍ନ ଅପରାଧିକ କାର୍ଯ୍ୟଳାପ ଉପରେ ଆଲୋଚନା କରାଯାଇଥିଲା।

ମଦ ଦୋକାନ ସମ୍ମୁଖରେ ମଦ୍ୟପାନ କରୁଥିବା ବ୍ୟକ୍ତି ଓ ଦୋକାନ ମାଲିକ ଙ୍କ ବିରୋଧରେକୋଠାର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଥିଲେ।ବିଶେଷ କରି ସହର ର ଟ୍ରାଫିକ ସମସ୍ୟା ଉପରେ କଡ଼ା ନଜର ରହିବ ବୋଲି ସାମ୍ୱାଦିକ ସମ୍ମିଳନୀ ରେ ଆଲୋକପାତ କରିବା ସହିତ ଜିଲ୍ଲାକୁ ଅପରାଧ ମୁକ୍ତ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ।

କନ୍ଧମାଳ ରୁ ଶିବ ପ୍ରସାଦ ନାୟକ ଙ୍କ ରିପୋର୍ଟ୍ ବିଶେଷ ଖବର