କନ୍ଧମାଳ ଜିଲ୍ଲା ସ୍ତରୀୟ ରେଡ ରନ ମାରାଥନ ପ୍ରତିଯୋଗିତା. I

କନ୍ଧମାଳ ଜିଲ୍ଲା ସ୍ତରୀୟ ରେଡ ରନ ମାରାଥନ ପ୍ରତିଯୋଗିତା. I
.. ଯୁବ ସମାଜ ମଧ୍ୟରେ ଏଚ. ଆଇ. ଭି / ଏଡ଼ସ ସମ୍ଭନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କନ୍ଧମାଳ ଦ୍ୱାରା, ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ର ସହାୟତାରେ,କନ୍ଧମାଳ ଜିଲ୍ଲା ସ୍ତରରେ, ମହାବିଦ୍ୟାଳୟ ସ୍ତରୀୟ ତଥା ସ୍ପୋର୍ଟ ହଷ୍ଟେଲ, ଫୁଲବାଣୀ ର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଏକ ମାରାଥନ ଦୌଡ ପ୍ରତିଯୋଗିତା ତା 5.8.25 ରିଖ ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ସାହୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସୁପରିଣ୍ଟେଣ୍ଡ ଡାକ୍ତର ଭବାନୀ ଶଙ୍କର ମିଶ୍ର ଙ୍କ ଦ୍ୱାରା ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସମୀର କୁମାର ନାୟକ ତଥା ଡ଼ି. ଏମ. ଆର. ସି. ଏଚ ଶ୍ରୀ ଶକ୍ତି କୁମାର ଦିଗଲ ଙ୍କ ଉପସ୍ଥିତି ରେ ଉଦଘାଟିତ ହୋଇଥିଲା l ପ୍ରତଯୋଗୀମାନେ ଜବାହର ନବୋଦୟ ବିଦ୍ୟାଳୟ, ତୁଡ଼ିପାଜୁ ପର୍ଯ୍ୟନ୍ତ ଦୌଡ଼ିଥିଲେ l ଉକ୍ତ ପ୍ରତିଯୋଗିତା ରେ ପୁରୁଷ ବର୍ଗରେ ଆଦିବାସୀ ମହା ବିଦ୍ୟାଳୟ ବାଲିଗୁଡାର ଛାତ୍ର ଶ୍ରୀ ବିଳାସଦେବ ମଲ୍ଲିକ ପ୍ରଥମ, ସେହି ମହାବିଦ୍ୟାଳୟ ର ଶ୍ରୀ ଶୁକଦେବ ପାତ୍ର ଦ୍ୱତୀୟ ଏବଂ ସ୍ପୋର୍ଟ୍ସ ହଷ୍ଟେଲ, ଫୁଲବାଣୀର ଛାତ୍ର ଶ୍ରୀ ଶିଖି ଚରଣ କଂହର ତୃତୀୟ ସ୍ଥାନ ଅଧିକାର କରଥିଲେ l ମହିଳା ବର୍ଗରେ ଫୁଲବାଣୀ ସ୍ୱୟଂ ଚାଳିତ ମହାବିଦ୍ୟାଳୟ ର କୁମାରୀ ପଞ୍ଚମୀ ମଲ୍ଲିକ ପ୍ରଥମ, ସେହି ମହାବିଦ୍ୟାଳୟ ର କୁମାରୀ ସିଲିମା କୁଦେଇ ଦ୍ୱତୀୟ ଏବଂ ସେହି ମହାବିଦ୍ୟାଳୟ ର କୁମାରୀ ତ୍ରିପୁରା ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଥିଲେ l ବିଜୟୀ ପ୍ରତିଯୋଗୀ ଓ ପ୍ରତିଯୋଗିନୀ ମାନଙ୍କୁ ଆଗାମୀ ଅଗଷ୍ଟ 15ତାରିଖ ଦିନ ପ୍ରମାଣ ପ୍ରତ୍ର ଏବଂ ଅର୍ଥ ପୁରସ୍କାର ରାଶି ପ୍ରଦାନ କରାଯିବ l ପ୍ରତିଯୋଗିତା କୁ ଜିଲ୍ଲା ଏଡ଼ସ ସୁପରଭାଇଜର ଶ୍ରୀ ଦେବାଶିଷ ମିଶ୍ର ସଂଯୋଜନା କରଥିଲା ବେଳେ, ଜିଲ୍ଲା ଏଡ଼ସ ପରାମର୍ଶଦାତା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଜେନା ବିଶେଷ ସହାୟତା କରିଥିଲେ l
କନ୍ଧମାଳ ରିପୋର୍ଟ ବିଶେଷ ଖବର