ଶରଧାପୁର ପଞ୍ଚାୟତ, " ପାରି ତୁଳା " ଗ୍ରାମର ଭୋଟ ନେଇଥିବା ନେତା ଗଲେ କୁଆଡେ? 

ଶରଧାପୁର ପଞ୍ଚାୟତ, " ପାରି ତୁଳା " ଗ୍ରାମର ଭୋଟ ନେଇଥିବା ନେତା ଗଲେ କୁଆଡେ? 

ଶରଧାପୁର ପଞ୍ଚାୟତ, " ପାରି ତୁଳା " ଗ୍ରାମର ଭୋଟ ନେଇଥିବା ନେତା ଗଲେ କୁଆଡେ? 
ଅଟଳ ବିହାରୀ ବାଜପେୟୀ, ଆଜି ଦରଖିବାକୁ ବ୍ୟାକୁଳ ଓ ସ୍ବପ୍ନ. ସେପରି ନେତା ମିଳିବା କଷ୍ଟକର, ଯିଏ ଗାଁ ଗାଁକୁ ରାସ୍ତାର ସୁ ବ୍ୟବସ୍ଥା କରି, ଲୋକଙ୍କ ଜାତାୟତରେ କଷ୍ଟ ଦୂର ହେବ ଵୋଲି ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାର ଶୁଭାରମ୍ଭ କରିଥିଲେ. ଯାହାଦ୍ୱାରା ଗାଁରୁ ଗାଁକୁ ଏବଂ ସହରକୁ ସୁବିଧାରେ ଲୋକେ, ସେମାନଙ୍କ ଦୈନନ୍ଦିନ ଜୀବନରେ ସହଜ ଏବଂ ସ୍ୱଳ୍ପ ସମୟରେ ଗନ୍ତବ୍ୟ ସ୍ଥାନକୁ ଯାତାୟତ କରି ପାରିବେ.ଏଥିସକାଶେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି. କହିବା ବାହୁଲ୍ୟ ଏହିକି, ନିର୍ବାଚନ ପୂର୍ବରୁ ନେତାମାନେ ହିମାଳୟ ସଦୃଶ୍ୟ ପ୍ରତିଶୃତି ଦେଇଦିଅନ୍ତି, କିନ୍ତୁ ପରେ ଅଂଚଳରେ ସେମାନଙ୍କ ମୁହଁ ଦିଶେ ନାହିଁ କି ଲୋକଙ୍କ ଦୁଃଖ ଦୁର୍ଦ୍ଧଶା ଦୂର ହୁଏ ନାହିଁ.ଭାଗ୍ୟକୁ ସୁମରି, ଦାନ୍ତ ରଗଡି ଚୁପ ହୋଇ ଯାଆନ୍ତି ଲୋକେ. ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ତଥା ବ୍ୟତିକ୍ରମ ଦେଖିବାକୁ ମିଳିଛି, ରାୟଗଡା ଜିଲ୍ଲା, ମୁନିଗୁଡା ବ୍ଲକ, ସରଧାପୁର ପଞ୍ଚାୟତର " ପାରି ତୁଳା " ଗ୍ରାମ. ପୂର୍ବରୁ ଏହି ଗାଁକୁ R. D. ରାସ୍ତା ଅଧାରୁ ଅଟକିଯିବା ହେତୁ ବାକି ରାସ୍ତା କାଦ ପଚ ପଚ, ଖାଲ ଖମା ତଥା ଖସଡ଼ା ଜଂଗୁ ଲୋକଙ୍କ ଯିବା ଆସିବା କଷ୍ଟ ହେବା ସହ ଖଣ୍ଡିଆ ଖାବରା ହୁଅନ୍ତି. ସାଇକେଲ ଅବା ମଟର ସାଇକେଲ ଗୋଟେ, ସହଜରେ ଯାଇ ପାରେ ନାହିଁ.ପ୍ରଶ୍ନ ଉଠୁଛି, ତିଆରି ହେଉଥିବା ରାସ୍ତା ଅଧାରେ ଅଟକିଲା କାହିଁକି? ସରକାର କେବେ ଏହି ରାସ୍ତା ତିଆରି କରିବେ., ଚାହିଁ ବସିଛନ୍ତି ପାରିତୁଳା ଗ୍ରାମ ବାସୀ. ଏହି ପାରିତୁଳା ଗାଁର ପାରିପାର୍ଶ୍ଵିକ ଉନ୍ନତି ତଥା ସରକାରୀ ସୁବିଧା ମାନ, ବାଟ ମାରଣା ହେଉଛି ଵୋଲି, ସନ୍ଧେହ ଘେରକୁ କଥା ଆସୁଛି. ଏହି ଗ୍ରାମ ପ୍ରତି ସ୍ଥାନୀୟ ଅଫିସର ଏବଂ ନେତାମାନଙ୍କ ଦାୟିତ୍ୱ କିଛି ନାହିଁ କି? ପାରିତୁଳା ଗ୍ରାମ ବାସୀ ଆଜି ପ୍ରଶ୍ନ କରୁଛନ୍ତି ଯେ, ଅଫିସର ଏବଂ ଆମର ଭୋଟ ନେଇଥିବା ନେତା ଗଲେ କୁଆଡେ. ଦେଖିବାକୁ ବାକି ରହିଲା, ପାରି ତୁଳା ଗ୍ରାମ ପ୍ରତି, ନେତା ଓ ଅଫିସରଙ୍କ ଦୃଷ୍ଟି ପଡିବ କେବେ? ( ମୁନିଗୁଡା, ସରଧାପୁର ପଞ୍ଚାୟତ, ପାରିତୁଳା ଗ୍ରାମରୁ, ଲଷ୍ମୀ କାନ୍ତ ବେହେରାଙ୍କ ରିପୋର୍ଟ, ବିଶେଷ ଖବର )