କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୦ ତମ ବାର୍ଷିକ ଉତ୍ସବ ।
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୦ ତମ ବାର୍ଷିକ ଉତ୍ସବ ।
ଫୁଲବାଣୀ / ଫୁଲବାଣୀ ଗାନ୍ଧୀ ସ୍ତୃତି ଭବନ ଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହି ଅଧିକାରୀ ଶମ୍ଭୁ ନାଥ ନନ୍ଦୀ, ଯୋଗଦେଇ ସାମ୍ବାଦିକ ମାନଙ୍କ ବୃତ୍ତି ଗତ ସୁରକ୍ଷା ଉଚିତ ପାରିଶ୍ରମିକ ଯୋଗାଇ ଦେଲେ ସମ୍ବାଦ ପ୍ରକାଶ କରିବାରେ ଅଧିକ ସ୍ୱଛତା ଓ ନିରପେକ୍ଷତା ରହିବ ଓ ଏହା ଏକ ଶକ୍ତି ଶାଳି ରାଷ୍ଟ୍ର ଗଠନରେ ସହାୟତା ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ସେହିପରି ଏହି ଅବସରରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରଶାସକ ତଥା ପିଏ ଆଇଟିଡିଏ ଗଦାଧର ପାତ୍ର ଯୋଗ ଦେଇ ସାମ୍ବାଦିକମାନେ ସର୍ବଦା ସଠିକ ତଥ୍ୟ ପ୍ରକାଶ କରିବା ଓ ନିରପେକ୍ଷତା ଉପରେ ଧ୍ୟାନ ଦେବା ଜରୁରୀ ବୋଲି କହିଥିଲେ ।
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଡଃ.ଅରୁପ ଜେନା ଏଥିରେ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକାରୀ ସଭାପତି ସୁନୀଲ ପଟନାୟକ, ସ୍ଵାଗତ ଭାଷଣ ଦେଇଥିଲେ । ସଂଘ ର ସାଧାରଣ ସଂପାଦକ ଅଶୋକ ପରିଡ଼ା ବାର୍ଷିକ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ ।
ଏହି ଅବସରରେ ଆଞ୍ଚଳିକ ସମ୍ବାଦ, ସାମ୍ବାଦିକ ଓ ସମ୍ବାଦପତ୍ର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମାଜସେବା କ୍ଷେତ୍ରରେ , ଶାନ୍ତି ମୈତ୍ରୀ , ପାହାଡ଼, ସେନ୍ସ ଭଲଭ,, ସ୍ଵାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବେସରକାରୀ ଏ ଏନ୍ ଏମ୍ ସ୍ଵାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ର ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ତଥା ସଂଘ ର ଉପ ସଭାପତି ସନ୍ତୋଷ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।
କନ୍ଧମାଳରୁ ଶିବ ପ୍ରସାଦ ନାୟକ ଙ୍କ ରିପୋର୍ଟ ବିଶେଷ ଖବର