ଜିଲ୍ଳା ଆଇନ୍ ସେବା ପ୍ରାଧିକରଣ ତରଫରୁ ନୂତନ ଅଧିକାର ମିତ୍ରଙ୍କୁ ନେଇ ତାଲିମ୍ ଶିବିର.

ଜିଲ୍ଳା ଆଇନ୍ ସେବା ପ୍ରାଧିକରଣ ତରଫରୁ ନୂତନ ଅଧିକାର ମିତ୍ରଙ୍କୁ ନେଇ ତାଲିମ୍ ଶିବିର ନୟାଗଡ,୨୧.୦୪.୨୦୨୫( ଅଶୋକ କୁମାର ସାଥୁଆ ) ନୟାଗଡ ଜିଲ୍ଲା ଦୌରାଜଜ୍ ତଥା ଆଇନସେବ ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଜିଲ୍ଲା କୋର୍ଟ ପରିସର ସମ୍ମିଳନୀ କକ୍ଷରେ ନୂତନ ଭାବେ ନିଯୁକ୍ତି ହୋଇଥିବା ଅଧିକାର ମିତ୍ରମାନଙ୍କୁ ନେଇ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଏଡିଜେ କମ୍ ସ୍ପେଶିଆଲ କୋର୍ଟ ମାନସ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସ୍ବାଗତ ଭାଷଣ ଦେଇଥିଲେ ସଚିବ ଅଞ୍ଜଳି ମଛମଣ୍ଡ । ଶ୍ରୀମତୀ ମଛମଣ୍ଡ ଏହି ତାଲିମ୍ ଶିବିରର ଲକ୍ଷ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିବା ବେଳେ ଶ୍ରୀଯୁକ୍ତ ପଣ୍ଡା ଆକ୍ଟ କଣ ଏବଂ ପିଡିତା କିପରି ତାର ନ୍ୟାୟ ପାଇପାରିବ ସେ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଜିଲ୍ଲା ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣା ଜଣେ ଅଧିକାର ମିତ୍ରର ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ବୁଝାଇବାକୁ ଯାଇ କହିଥିଲେ ଆଇନସେବା ତଥା ଜନସାଧାରଣ ମଧ୍ୟରେ ବିଶେଷ ଭାବରେ ବଞ୍ଚିତ ସମ୍ପ୍ରଦାୟ ମଧ୍ୟରେ ଏକ ସେତୁ ଭାବରେ କାମ କରିବାକୁ ପରାମର୍ଶ ଦେଇଥିଲେ । ଅଧିକାର ମିତ୍ର ଆଇନ୍ ସେବାରେ ସଚେତନତା ପରାମର୍ଶ, ସହାୟତା ପ୍ରଦାନ ଏବଂ ଲୋକମାନଙ୍କୁ ସେମାନଙ୍କର ଆଇନଗତ ଅଧିକାର ଓ ଦାୟିତ୍ଵକୁ ବୁଝାଇବାରେ ସାହାଯ୍ୟ କରିବାକୁ ପରାମର୍ଶ ଦେବା ସହ ସରଳ ବିବାଦର ସମାଧାନ କରିବାରେ ସାହାଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ । ଅନ୍ୟତମ ତାଲିମ୍ ଦାତା ଭାବରେ ମହିଳା କୋର୍ଟ ଜଜ୍ ସ୍ଵୟଂପ୍ରଭା ଆଚାର୍ଯ୍ୟ, ପରିବାର କୋର୍ଟ ଜଜ୍ ସୁବ୍ରତ କୁମାର ପଟ୍ଟନାୟକ, ଏସ୍ ଡିଜେଏମ୍ ସମାପିକା ସମଦର୍ଶିନୀ ଏବଂ ରେଜିଷ୍ଟର ସୋନାଲି ସରିତା ପ୍ରମୁଖ ଶିବିରରେ ଯୋଗଦେଇଥିବା ଶିବିରାର୍ଥିମାନଙ୍କୁ ତାଲିମ୍ ପ୍ରଦାନ କରିଥିବା ବେଳେ ଉପସ୍ଥିତ ଥିଲେ ଜେଏମ ଏଫସି ଲଳିତା ପାତ୍ର, ଜେଏମଏଫସି ସମ୍ବୃଦ୍ଧି ବାରିକ, ଜେଏମଏଫସି ସୁଶ୍ରିତା ମିଶ୍ର । ଶେଷରେ ସଚିବ ଶ୍ରୀମତୀ ମଛଖଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ନୟାଗଡରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର ।

ଜିଲ୍ଳା ଆଇନ୍ ସେବା ପ୍ରାଧିକରଣ ତରଫରୁ ନୂତନ ଅଧିକାର ମିତ୍ରଙ୍କୁ ନେଇ ତାଲିମ୍ ଶିବିର.