କିଡିନ୍ ରୋଗରେ ଆକ୍ରାନ୍ତ ଥିବା ନଳିନୀ ଙ୍କୁ ସାହାଯ୍ୟର ହାତ ବଢ଼ାଇଲେ, ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ, I
କିଡିନ୍ ରୋଗରେ ଆକ୍ରାନ୍ତ ଥିବା ନଳିନୀ ଙ୍କୁ ସାହାଯ୍ୟର ହାତ ବଢ଼ାଇଲେ, ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ, I
ତା,୨୯/୧୧/୨୫, ରିଖ,କେନ୍ଦ୍ରାପଡ଼ା ଜିଲ୍ଲା, ଆଳି ବ୍ଲକ୍ ଅନ୍ତର୍ଗତ ଅରେହି କଣା ପଞ୍ଚାୟତ ଗଭାଡିଆ ଗ୍ରାମର ନିରଞ୍ଜନ ଜେନାଙ୍କ ଏକମାତ୍ର ପୁଅ ନଳିନୀକାନ୍ତ (୩୦)। ପ୍ରବାସୀ ଶ୍ରମିକ ଭାବେ ଓଡ଼ିଶା ବାହାରେ ଗ୍ୟାସ୍ ପାଇପ ଲାଇନ୍ କାର୍ଯ୍ୟ କରି ୬ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରୁଥିଲେ। ଦୁଇ ବର୍ଷ ତଳେ ଅସୁସ୍ଥତା ଅନୁଭବ କରିବାରୁ ଓଡ଼ିଶା ଫେରି ଆସି ଡାକ୍ତର ଦେଖାଇବାରୁ ଦୁଇଟି ଯାକ କିଡ୍ନୀ ସମ୍ପୂର୍ଣ ଭାବେ ନଷ୍ଟ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ। ସେବେଠାରୁ ସେ ଚିକିତ୍ସାଧୀନ ଅଛନ୍ତି। ଘରର ସମସ୍ତ ସମ୍ପଭି, ଅଳଙ୍କାର ସହ ଆସବାବପତ୍ର ବିକି ପୁଅର ଚିକିତ୍ସାରେ ଖର୍ଚ୍ଚ କରିସାରିବା ପରେ ପରିବାର ଏବେ ହତାଶ ହୋଇ ପଡ଼ିଛନ୍ତି। ପୁଅର ଚିକିତ୍ସା ପାଇଁ ବୃଦ୍ଧ ବାପା ନିରଞ୍ଜନ ଟ୍ରଲି ଟାଣୁଥିଲେ ହେଁ ତାହା ସମୁଦ୍ରକୁ ଶଙ୍ଖେ, ନଳିନୀ ଙ୍କ ପରିବାର କହିଲେ ସ୍ତ୍ରୀ, ବୃଦ୍ଧ ବାପା-ମା’ ଏବଂ ୮ ବର୍ଷ ଓ ୫ ବର୍ଷର ଦୁଇଟି ଛୋଟ ପୁଅ। ଏକମାତ୍ର ରୋଜଗାରିଆ ପୁଅ ରୋଗରେ ପଡ଼ି ଶଯ୍ୟାଶାୟୀ ହେବା ପରେ କେମିତି ନଳିନୀଙ୍କ ଚିକିତ୍ସା କରାଇବେ, ସେ ନେଇ ଚିନ୍ତାରେ ବୃଦ୍ଧ ବାପା-ମା’। ଓଳିଏ ଖାଇଲେ ଦୁଇ ଓଳି ଉପବାସ ରହିବାକୁ ପଡୁଛି। ପ୍ରତି ମାସରେ ନଳିନୀଙ୍କର କିଡ୍ନୀ ଡାଏଲୋସିସ ସହିତ ରକ୍ତ ଓ ଔଷଧ ଆବଶ୍ୟକ ପଡ଼ୁଛି। ଯେଉଁଥିପାଇଁ ମାସକୁ ୧୦ ହଜାରରୁ ଅଧିକ ଟଙ୍କା ଖର୍ଚ ହେଉଛି। ବୋଝ ଉପରେ ନଳିତା ବିଡ଼ା ସଦୃଶ ଏପଟେ ଘର ଚଳାଇବା ପାଇଁ ବୁଢ଼ା ବାପା ଟ୍ରଲି ଟାଣି ଯାହା ରୋଜଗାର କରୁଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ l ଘରେ ପିଲାଛୁଆ ଖାଇବା ପାଇଁ ଅଣ୍ଟୁ ନାହିଁ l ପଇସାପତ୍ର ଅଭାବରୁ ନଳିନୀଙ୍କ ଚିକିତ୍ସା ମଧ୍ଯ ଠିକ୍ ଭାବରେ ହୋଇ ପାରୁନାହିଁ। ଏଭଳି ଏକ ଦୁଃଖଦ ଖବର ନଳିନୀଙ୍କ ସ୍ତ୍ରୀ ରୁକ୍ମଣୀ ଯେନା ଆଳି ବ୍ଳକ୍ ଅନ୍ତର୍ଗତ ପତ୍ରପୁର ଗ୍ରାମର ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାର ଙ୍କୁ ଜଣାଇଥିଲେ l ଏଭଳି ଏକ ଦୁଃଖଦ ଖବର ଶୁଣିଲା ପରେ ସଙ୍ଗେ, ସଙ୍ଗେ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ର ସଭାପତି, ଚନ୍ଦନ କୁମାର ମହାରଣା ଙ୍କ ନେତୃତ୍ୱରେ ସେକ୍ରେଟାରୀ, ପ୍ରଦୀମୁନ୍ ରାଉତ୍, ଉପଦେଷ୍ଟା, ଡ଼ କୈଳାଶ ମାଲିକ, ବିଜନ କୁମାର୍ ପଢ଼ିହାରି, ସୌଭାଗ୍ୟ ରାଉତ୍, ଶିଶିର କୁମାର୍ ସେନ୍ ମହେଶ୍ବର ସାହୁ, ଶୁଶାନ୍ତ କୁମାର ତରାଇ,ସମସ୍ତ କର୍ମ କର୍ତ୍ତା ମାନେ ଆଜି ନଳିନୀ କାନ୍ତ ଯେନା ଙ୍କ ବାସଭବନ ନିକଟରେ ପହଞ୍ଚି ତାଙ୍କର ମେଡ଼ିକାଲ୍ ଚିକିତ୍ସା ନିମନ୍ତେ ତାଙ୍କୁ କିଛି ଆର୍ଥିକ ସାହାଯ୍ୟ କରିବା ସହିତ ସରକାରଙ୍କୁ ଏବଂ ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ସାହଯ୍ୟ କରିବା ପାଇଁ ବିନୀତ ଅନୁରୋଧ କରିଥିଲେ l ଏଭଳି ଏକ ମହାନତା ସେବା କାର୍ଯ୍ୟ ସବୁ ଦେଖି ଉପସ୍ଥିତ ଥିବା ଗ୍ରାମ ବାସୀ ମାନେ ଉକ୍ତ ଟ୍ରଷ୍ଟ ର ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା



